କାର୍ତ୍ତିକ ଆରୀୟନଙ୍କ ନୂଆ ଚଳଚ୍ଚିତ୍ର ‘କ୍ୟାପଟେନ୍ ଇଣ୍ଡିଆ’ ର ପ୍ରଥମ ଲୁକ ଆଜି ଶୁକ୍ରବାର ପ୍ରକାଶ ପାଇଛି | ଯେଉଁଥିରେ ଅଭିନେତା କାର୍ତ୍ତିକ ଆରୀୟନ ପାଇଲଟଙ୍କ ପୋଷାକ ପିନ୍ଧିଛନ୍ତି ଏବଂ ମୁହଁ କ୍ୟାପଟେନଙ୍କ କ୍ୟାପରେ ଲୁଚି ରହିଛି । ଚଳଚ୍ଚିତ୍ରର ପୋଷ୍ଟରରେ କ୍ୟାପଟେନ ଇଣ୍ଡିଆକୁ ଜଣେ ସାଧାରଣ ମଣିଷ, ଏକ ଅସାଧାରଣ ମିଶନ ବୋଲି ବର୍ଣ୍ଣନା କରାଯାଇଛି। ଏହି ଚଳଚ୍ଚିତ୍ରଟି ଭାରତର ଏକ ସଫଳ ଐତିହାସିକ ଉଦ୍ଧାର କାର୍ଯ୍ୟ (rescue operations) ଉପରେ ପରିଵେର୍ଶିତ | ଏହି ଚଳଚ୍ଚିତ୍ରଟି ପ୍ରେରଣାଦାୟକ ଏବଂ ରୋମାଞ୍ଚକର ଅଟେ |ଏହି କାହାଣୀ ଭାରତର ସବୁଠାରୁ ବଡ ତଥା ସଫଳ ଯୁଦ୍ଧ ମିଶନରୁ ଅନୁପ୍ରାଣିତ ହୋଇଛି | କ୍ୟାପଟେନ୍ ଇଣ୍ଡିଆ ଚଳଚ୍ଚିତ୍ର ନିର୍ମାତା ହାନସାଲ ମେହେଟ୍ଟାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁଭାଲା ଏବଂ ହରମାନ ବାୱେଜାଙ୍କ ଦ୍ୱାରା ପ୍ରଯୋଜିତ | ରୋନି ସ୍କ୍ରୁଭାଲା ଫିଲ୍ମ ବିଷୟରେ କହିଛନ୍ତି ଯେ ,“କ୍ୟାପଟେନ ଇଣ୍ଡିଆ କେବଳ ସବୁଠୁ ବଡ ମାନବିକ କାର୍ଯ୍ୟର କାହାଣୀ ନୁହେଁ ବରଂ ଅବିସ୍ମରଣୀୟ ମାନବ ଆତ୍ମା ବିଷୟରେ ମଧ୍ୟ କାହାଣୀ ଅଟେ, ଯାହା ଅସୁବିଧା ସତ୍ୱେ ସଫଳତାଠାରୁ ଉପରକୁ ଉଠିଥାଏ। ହାନସାଲ ମେହେଟ୍ଟା ଆମ ସମୟର ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରୁ ଜଣେ ଏବଂ ମାନବ କାହାଣୀର ପ୍ରକୃତ ମହତ୍ତ କୁ ସର୍ବଦା ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି |
କାର୍ତ୍ତିକ ଆର୍ଯ୍ୟନ୍ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତା ହାନସାଲ ମେହେଟ୍ଟାଙ୍କ ସହ ସହଯୋଗ (collaborate) କରି ସେ ବହୁତ ଖୁସି | କ୍ୟାପଟେନ୍ ଇଣ୍ଡିଆ ନିଶ୍ଚିନ୍ତ ଭାବରେ ପ୍ରେରଣାଦାୟକ ଏବଂ ରୋମାଞ୍ଚକର ଅଟେ ଏବଂ ଆମ ଦେଶର ଏପରି ଐତିହାସିକ ଅଧ୍ୟାୟର ଅଂଶ ହୋଇଥିବାରୁ ମୁଁ ଗର୍ବିତ ।
ରୋନି ସ୍କ୍ରୁଭାଲା ଏବଂ ହରମାନ ବାୱାଜାଙ୍କ ଦ୍ୱାରା ପ୍ରଯୋଜିତ, ବାୱେଜା ଷ୍ଟୁଡିଓର ସହ-ଉତ୍ପାଦକ ଭାବରେ ଏବଂ ଆରଏସଏଭିର ସୋନିଆ କାନୱାର ଆସୋସିଏଟ୍ ପ୍ରଡ୍ୟୁସର ଭାବରେ କାର୍ଯ୍ୟ କରୁଥିବା ‘କ୍ୟାପଟେନ୍ ଇଣ୍ଡିଆ’ ଆସନ୍ତା ବର୍ଷ ଆରମ୍ଭରେ Release ହେବ | କ୍ୟାପଟେନ ଇଣ୍ଡିଆ ର ଲେଖକ ତଥା ନିର୍ମାତା ହରମାନ ବାୱେଜା କହିଛନ୍ତି ଯେ, କ୍ୟାପଟେନ୍ ଇଣ୍ଡିଆ ଯାହା ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ହୋଇଛି | ମୋର ବିଶ୍ୱାସ ଅଛି ଯେ ଭାରତୀୟ ସେହି ମୁହୂର୍ତ୍ତକୁ ପୁନର୍ବାର ଦେଖିଵେ ଯେଉଁଠାରେ ଜଣେ ବ୍ୟକ୍ତି ନିଜର ଯନ୍ତ୍ରଣା ଏବଂ କଷ୍ଟରୁ ଅତିକ୍ରମ କରି ହଜାର ହଜାର ଲୋକଙ୍କୁ ବଞ୍ଚାଇ ପାରିଛି | ମୋର ବିଶ୍ୱାସ ଅଛି ଯେ ଏହି କାହାଣୀ ପ୍ରତ୍ୟେକ ଭାରତୀୟଙ୍କୁ ପସନ୍ଦ ଆସିବ |