ରସଗୋଲା, ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଭାବରେ ଅର୍ପଣ କରାଯାଏ । ପ୍ରଭୁ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା, ଭାଇ ଭଉଣୀ 3 ଜଣ ମା ଲକ୍ଷ୍ମୀଙ୍କୁ ନ କହି ମାଉସୀ ଘରକୁ ରଥ ରେ ବୁଲିବାକୁ ପଳାଇଥିଲେ | ନଅ ଦିନର ଯାତ୍ରା ସାରି ମନ୍ଦିରକୁ ଫେରିଲା ସମୟରେ,ଦେବୀ ଲକ୍ଷ୍ମୀ ମନ୍ଦିରର ପ୍ରବେଶ ଦ୍ୱାରରେ ତାଲା ପକାଇ ଦେଇ ଥିଲେ | ତାଙ୍କ ସ୍ୱାମୀ ପ୍ରଭୁ ଜଗନ୍ନାଥ ଯେପରି ଏହାକୁ ପ୍ରବେଶ ନକରନ୍ତି। ମାତ୍ର ପ୍ରଭୁ ଙ୍କୁ ସବୁ ଜଣା | ରାଗି ପତ୍ନୀଙ୍କୁ ଖୁସି କରିବା ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ରସଗୋଲା ଅର୍ପଣ କରିଥିଲେ | ଏହି ରୀତିନୀତିକୁ ନୀଳଦ୍ରୀ ବିଯେ କୁହାଯାଏ | ଏହା ପୁରୀର ରଥ ଯାତ୍ରା ର ଶେଷ ଦିନ | ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ରେ ପ୍ରତ୍ୟାବର୍ତ୍ତନ କୁ ରସଗୋଲା ଦିବସ ସହିତ ଚିହ୍ନିତ ହୋଇଛି, ଯାହାକି ରସଗୋଲା ଦିବସ ଇତିହାସ ଏବଂ ଉତ୍ପତ୍ତି ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ପାଳନ କରାଯାଏ | ପ୍ରଥମ ରସଗୋଲା ଦିବସ ଜୁଲାଇ 30, 2015 ରେ ନୀଲାଦ୍ରୀ ବିଜରେ ପାଳନ କରାଯାଇଥିଲା, ଯେଉଁ ଦିନ ରଥ ଯାତ୍ରା ଶେଷ ହୋଇଥିଲା। ସେବେଠାରୁ ଓଡିଆ ଲୋକମାନେ ଏହାକୁ ରସଗୋଲା ଦିବସ ପାଳନ କରିବା ଏକ ପ୍ରଥା କରିଥିଲେ ଏବଂ ଜୁଲାଇ 17, 2016 ରେ ପୁନର୍ବାର ନିଲାଦ୍ରି ବିଜେରେ ପାଳନ ହୋଇଥିଲା | ଓଡିଆ ମାନେ ସବୁ ବର୍ଷ ନିଲାଦ୍ରି ବିଜେ ଏବଂ ରସଗୋଲା ଦିବସ ପାଳନ କରନ୍ତି ଏବଂ ପରିବାର ଏବଂ ବନ୍ଧୁମାନଙ୍କୁ ମିଠା ଉପହାର ଦିଅନ୍ତି |