ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସାତ କୋଟି ଠକେଇ ଅଭିଯୋଗରେ ଦ୍ବାରିକା ଜୁଏଲାରୀ ଓ ତାର ସହଯୋଗୀଙ୍କ ଘରେ CBI ଚଢ଼ାଉ କରିଛି। CBI DSP ଦିବାକର ମିଶ୍ର ଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଛି। CBI ଦ୍ବାରିକା ଜୁଏଲାରୀ ମୁଖ୍ୟ ଦ୍ବାରିକାନାଥ ପାତ୍ର, ତାଙ୍କ ପତ୍ନୀ, ପୁଅ, ବୋହୂ, ଝିଅ ଓ ଅନ୍ୟ ଜଣ ଙ୍କ ନା ରେ ମାମଲା ରୁଜୁ କରିଛି। ଭୁବନେଶ୍ବରର 6ଟି ଜାଗାରେ ରେଡ୍ କରି CBI ଗୁରୁତ୍ଵପୂର୍ଣ କାଗଜ ପତ୍ର ଜବତ କରିଛି। ସହିଦ ନଗର ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜର ଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି।
2013 ମସିହାରେ ଦ୍ବାରିକା ଜୁଏଲାରୀ ର ଦ୍ବାରିକାନାଥ ଓ ଭାଗୀଦାର ତତ୍କାଳୀନ ଆହ୍ଲାବାଦ ବ୍ୟାଙ୍କ ଏବର ଇଣ୍ଡିଆନ ବ୍ୟାଙ୍କରୁ ଛଅ କୋଟି ଟଙ୍କା କ୍ୟାସ କ୍ରେଡିଟରେ ନେଇଥିଲେ। ଏଥିରେ ଦ୍ବାରିକାନାଥଙ୍କ ଝିଅ ଗ୍ୟରେଣ୍ଟର ରହିଥିଲେ। ଏହି ଟଙ୍କାରେ ସୁନା, ରୂପା ପଥର କିଣିବେ ବୋଲି ବ୍ୟାଙ୍କ ରେ ଉଲ୍ଲେଖ କରିଥିଲେ। ପରେ ଏହି ଟଙ୍କା ନ ସୁଝିବାରୁ ଏହା ଠକେଇ ବୋଲି 2022ମାର୍ଚ୍ଚ ରେ ଘୋଷଣା ହେଲା। ଏହି ଟଙ୍କାରୁ ଦ୍ବାରିକା ଙ୍କ ପୁଅ ଉମାଶଙ୍କରଙ୍କ ବିଲଡର କମ୍ପାନୀ ଆକାଉଣ୍ଟକୁ ତିନି କୋଟି 55ଲକ୍ଷ ଯାଇଥିଲା। ବ୍ୟାଙ୍କ ର ଅସାଧୁ ଅଧିକାରୀଙ୍କ ସହ ହାତ ମିଳାଇ ଏ ଭଳି ଠକେଇ କରିଥିବା ମଧ୍ୟ ପ୍ରାଥମିକ ତଦନ୍ତ ରୁ CBI ଜାଣିପାରିଛି।