ରାଜଧର୍ମ ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ : ଅପରାଜିତା

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ସଂସଦୀୟ କ୍ଷେତ୍ର ଗସ୍ତବେଳେ ଗିରିଙ୍ଗ ଛକରେ ବିରୋଧ କରିଥିଲେ ମିଶନ ଶକ୍ତିର ମହିଳା ଓ ବିଜେଡି କର୍ମୀ। ବିଜେଡି କର୍ମୀ ମାନେ କଳା ପତାକା ପଦର୍ଶନ କରିବା ସହ ମିଶନଶକ୍ତି ମହିଳାମାନେ ଟେକା ଓ ପଥର ଧରି ତାଙ୍କୁ ବିରୋଧ କରିଥିଲେ। ତାଙ୍କ ଗାଡ଼ି ଛାଡ଼ି ନଥିଲେ। ଏହି ଘଟଣାର ଫଟୋ ପୋଷ୍ଟ ଅପରାଜିତା ପଚାରିଛନ୍ତି ଏହା କ’ଣ ପ୍ରକୃତ ମିଶନ ଶକ୍ତି? ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋଶାଲ ମିଡିଆରେ ଟାର୍ଗେଟ୍ କରିଛନ୍ତି ଅପରାଜିତା ଓ ପଚାରିଛନ୍ତି ଅନେକ ପ୍ରଶ୍ନ।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହେଲେ ଚଳିବନି। ମୁଖ୍ୟମନ୍ତ୍ରୀଙ୍କୁ ରାଜଧର୍ମ ପାଳନ କରିବାକୁ ହେବ। ଆମେ ସମସ୍ତେ ତାଙ୍କ ପାଖରୁ ଏହା ଆଶା କରୁଛୁ। ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏହି କଥା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ସଶକ୍ତୀକରଣ ନାଁ’ରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ କାର୍ୟ୍ୟରେ ଲଗାଯାଉଛି। ମୁଁ ଜଣେ ନିର୍ବାଚିତ ମହିଳା ସାଂସଦ। ମୋ ଉପରେ ଆକ୍ରମଣ ଉଦ୍ୟମ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନ ହୋଇ ରାଜଧର୍ମ ପାଳନ କରନ୍ତୁ। ସେମାନଙ୍କୁ ଏହି ବିଷୟରେ ପଚାରି ବୁଝିବା କଥା। ମିଶନ ଶକ୍ତି ମହିଳା ମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଜେଡି ପକ୍ଷରୁ ଜାଣିଶୁଣି ଏଭଳି ବିରୋଧ ସହ ଅଣ୍ଡା,ଟେକା ଓ ପଥର ମାଡ଼ କରାଯିବା କେତେ ଯୁକ୍ତିଯୁକ୍ତ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଗତକାଲିର ଘଟଣା ସଂପର୍କରେ ସେ ଫଟୋ ସମ୍ବଳିତ ପ୍ରମାଣପତ୍ର ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ଟେକା, ପଥର, ଅଣ୍ଡା ଓ କଳା ପତାକା ଧରିଥିବା ମହିଳାଙ୍କ ଫଟୋ ସେ ପୋଷ୍ଟ କରିଛନ୍ତି। ଅପରାଜିତା ଆହୁରି କହିଛନ୍ତି, ମୁଁ ସକାଳୁ ୭ଟାରୁ ରାତି ୧୨ପର୍ୟ୍ୟନ୍ତ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଉଛି ଓ ଲୋକଙ୍କୁ ଭେଟୁଛି। ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ମୋତେ ସୁରକ୍ଷା ଦିଆଯାଇଥାନ୍ତା, ତାହାହେଲେ ଏପରି ହୋଇ ନଥାଦନ୍ତା। ମୁଁ ମହିଳା ଭାବେ ସୁରକ୍ଷିତ ନୁହେଁ ବୋଲି ଅପରାଜିତା କହିଛନ୍ତି।

Leave A Reply

Your email address will not be published.