ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲଆତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ ଧରଣର ଚଢ଼ାଉ ଜାରି ରହିଛି । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ ହୋଇଛି। ଏନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗୁରୁବାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ଜିଲାରେ ୬୭ ସ୍ଥାନରେ ରେଡ କରିଛି ସିବିଆଇ। କଳାହାଣ୍ଡି, ନୂଆପଡା, ରାୟଗଡା, ବାଲେଶ୍ୱର, ନବରଙ୍ଗପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ଚଢ଼ାଉ ଜାରି ରହିଛି।

ଚଢ଼ାଉରେ ସିବିଆଇର ୨୦୪ରୁ ଅଧିକ ଅଫିସର ସାମିଲ ଅଛନ୍ତି।  ସେଥିମଧ୍ୟରେ ସିବିଆଇର ୧୨୨ ଜଣ ଅଫିସର ଏବଂ ବିଭାଗର ୮୨ ଅଫିସର ଅଛନ୍ତି। ୬୩ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଡାଇରେକ୍ଟୋରେଟ ଅଫ୍ ପୋଷ୍ଟାଲ୍ ସର୍ଭିସ୍ ଭୁବନେଶ୍ବରଙ୍କ ଅଭିଯୋଗ ଆଧାରରେ ଏହି ଚଢ଼ାଉ କରାଯାଉଛି।  ସୂଚନାଯୋଗ୍ୟ, ୧,୩୮୨ ପଦବୀ ପାଇଁ ୨୭ ଜାନୁଆରୀ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡାକ ସେବକ ପରୀକ୍ଷା ଜାଲିଆତି ମାମଲାରେ ବିଭିନ୍ନ ସ୍ଥାନରେ ସିବିଆଇର ୨୦୪ ଅଧିକାରୀ ଚଢାଉ କରିଛନ୍ତି।

୧୩୮୨ ପଦବୀ ପାଇଁ ୨୭ ଜାନୁଆରୀ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଇପିସିର ଧାରା ୫୧୧ ସହିତ ୧୨୦-ବି, ୪୨୦, ୪୬୮, ଏବଂ ୪୭୧ ଅନୁଯାୟୀ ସିବିଆଇ ଏକ ମାମଲା ୨୦୨୩ ମେ’ ୯ରେ ରୁଜୁ କରିଥିଲା। ଦୁର୍ନୀତି ନିବାରଣ ଆଇନ, ୧୯୮୮ ର ଧାରା ୭ (କ) (୨୦୧୮ ରେ ସଂଶୋଧିତ) ଡାକ ବିଭାଗର ଅଜ୍ଞାତ ଅଧିକାରୀ ତଥା ଅଜ୍ଞାତ ବ୍ୟକ୍ତିଙ୍କ ସମେତ ଗ୍ରାମୀଣ ଡାକ ସେବା ପରୀକ୍ଷା, ୨୦୨୩, ଓଡିଶା ସର୍କଲର ୬୩ ଜଣ ପ୍ରାର୍ଥୀଙ୍କ ବିରୋଧରେ ଡାକ ବିଭାଗର ଅଭିଯୋଗ ଉପରେ ଏହି ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.