ଓଡ଼ିଆ ନ୍ୟୁଜ୍: ପୁରୀ ପୋଲିସକୁ ବଡ଼ ସଫଳତା। ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛି ଚନ୍ଦନପୁର ଥାନା ପୋଲିସ। ଗତ ମାସରେ ପୁରୀ ଚନ୍ଦନପୁର ଓଭରବ୍ରିଜ ନିକଟରେ ରାଧାକାନ୍ତ ଜୁଏଲାରୀ ମାଲିକ ଲୁଟର ଶିକାର ହୋଇଥିଲେ । ଚନ୍ଦନପୁର ଜୁଏଲାରୀ ମାଲିକଙ୍କଠାରୁ ଲୁଟ୍ ଘଟଣାରେ ୪ ଗିରଫ।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଡିଆଇଜି ସତ୍ୟଜିତ୍ ନାୟକ। ୧୩୨ ଗ୍ରାମ୍ର ୮ଟି ସୁନା ନେକଲେସ୍, ୩୧ କେଜି ରୁପା ଅଳଙ୍କାର ଜବତ। ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ କାର୍, ଗୋଟିଏ ବାଇକ୍ ଜବତ।୬ଟି ମୋବାଇଲ୍ ଓ ଗୋଟିଏ ବନ୍ଧୁକ ସହ ୨ଟି ଅଫୁଟା ଗୁଳି ଜବତ।ସମୁଦାୟ ୭୮ ଲକ୍ଷ ୯୬ ହଜାର ଟଙ୍କାର ସୁନା ଓ ନଗଦ ଟଙ୍କା ଜବତ।