ନିଖୋଜର ୩୦ ଘଣ୍ଟା ପରେ ଚନ୍ଦନଙ୍କ ମୃତଦେହ ମିଳିଲା, କୁନି ଝିଅ ଏବେ ବି ନିଖୋଜ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ନିଖୋଜର ୩୦ ଘଣ୍ଟା ପରେ ଚନ୍ଦନଙ୍କ ମୃତଦେହ ମିଳିଲା। ଭଦ୍ରକ ଜିଲ୍ଲା ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ନିଖୋଜ ଚନ୍ଦନ ସାହୁଙ୍କ ମୃତଦେହ। ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢ଼ାନଦୀରୁ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି। ଚନ୍ଦନଙ୍କ ବଡ଼ ଭିଣୋଇ ଏହି ମୃତଦେହଟି ତାଙ୍କର ଶଳାର ବୋଲି ଚି଼ହ୍ନଟ କରିଛନ୍ତି। ଅନ୍ୟପକ୍ଷରେ ଅଢ଼େଇ ବର୍ଷର ଝିଅର କୌଣସି ପତା ମିଳିନାହିଁ। ଅଗ୍ନିଶମ ବାହିନୀ ପିଲାଟିକୁ ଖୋଜାଖୋଜି କରୁଛନ୍ତି। ପିଲାଟି କେଉଁ ବୋଦା ଓ କେଉଁଠି ଲାଗିରହିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଚନ୍ଦନଙ୍କ ମୃତଦେହ ମିଳିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ବୁଧବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଚନ୍ଦନ ସାହୁ ଓ ନିଜର ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଥିଲେ। ପୋଲ ଉପରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖି ନଦୀକୁ ଡେଇଁପଡ଼ିଥିଲେ। । ସ୍ଥାନୀୟ ଲୋକେ ଏନେଇ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିଲା।

Leave A Reply

Your email address will not be published.