ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ଛଟ୍ ପୂଜା ମହାସମାରୋହରେ ସମ୍ମନ୍ନ | ପୂଜା ହେଉଛି ହିନ୍ଦୁ ଧର୍ମର ବିଶେଷ ପର୍ବ | ଏଥିରେ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଇଥାଏ | ଏହା ଦୀପାବଳୀର ୬ ଦିନ ପରେ ହୋଇଥାଏ | ଏହା ମୁଖ୍ୟତଃ ବିହାର, ଉତ୍ତର ପ୍ରଦେଶ, ନେପାଳ ତଥା ଭାରତର ବହୁ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥାଏ | ଏହା ଚାରିଦିନ ବ୍ୟାପି ପୂଜା କରାଯାଇଥାଏ |
ପ୍ରଥମ ଦିନ ଛଟ୍ ବ୍ରତ ଆରମ୍ଭ, ଦ୍ବିତୀୟ ଦିନ ଛଟ୍ ଠାକୁରଙ୍କ ଆବାହନ, ତୃତୀୟ ଦିନ ସନ୍ଧ୍ୟା ସମୟରେ ସୂର୍ଯ୍ୟଙ୍କ ଠାରେ ଅର୍ଘ୍ୟ ପ୍ରଦାନ ଓ ଚତୁର୍ଥ ଦିନ ପ୍ରାତଃ କାଳୀନ ଉଦୟ କାଳୀନ ସୂର୍ଯ୍ୟଙ୍କ ଠାରେ ଅର୍ଘ୍ୟ ପ୍ରଦାନ ଏବଂ ଛଟ୍ ମାଙ୍କର ବ୍ରତ ସମାପନ | ଏହା ବୈଦିକ ଯୁଗରୁ ଆରମ୍ଭ ହୋଇ ଲୋକମାନଙ୍କର କଲ୍ୟାଣ ନିମିତ୍ତ ବିଶେଷ କରି ବିହାରୀ ଏବଂ ମାରୱାଡୀ ସଂପ୍ରଦାୟ ଲୋକେ ପୂଜାର୍ଚ୍ଚନା କରିଥାନ୍ତି | ରାଇରଙ୍ଗପୁର ସହରସ୍ତ ଖଡଖାଇ ବନ୍ଧ ତୀରରେ ଛଟ୍ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି | ଏଥିରେ ରାଇରଙ୍ଗପୁର ଛଟ୍ ପୂଜା ସାମାଜିକ ଓ ସାଂସ୍କୃତିକ ଟ୍ରଷ୍ଟ କର୍ମକର୍ତ୍ତାମାନେ ବିଶେଷ ଭାବେ ସହଯୋଗ କରିଥିଲେ |
ସେମାନଙ୍କ ମଧ୍ୟରେ ବିଜୟ କୁମାର ରାମ, ଅଧ୍ବେଷା ମିଶ୍ର, ବିନୋଧ କୁମାର ଦାସ, ରାଜେଶ ପ୍ରଜାପତି, ଲାଲ ବାବୁ ସାହୁ, ମଦନ ରଜକ, କିଶୋର ରଜକ, ଛଟୁ ଯାଦବ, ସୌରଭ ପଟ୍ଟନାୟକ, ରବୀନ୍ଦ୍ର ସାଓ, ମୟଙ୍କ ମିଶ୍ର, ରଂଜନ ରାମ ଓ ରାଜେଶ ରାମ ପ୍ରମୁଖ ଉପସ୍ଥିତ ରହି ଛଟ୍ ପୂଜା ଉତ୍ସବକୁ ଅଧିକ ଚିତ୍ତାକର୍ଷକ କରିଥିଲେ | ଏଥିସହିତ ପୋଲିସ ପ୍ରଶାସନ , ଅଗ୍ନି ବାହିନୀ ତଥା ଅନ୍ୟାନ୍ୟ ଅଫିସରଗଣଙ୍କ ବିଶେଷ ସାହାଯ୍ୟ ଓ ସହାନୁଭୂତି ପ୍ରକାଶକରିଥିବା ଦେଖିବାକୁ ମିଳିଥିଲା |