ଓଡ଼ିଆ ନ୍ୟୁଜ୍: ଛତ୍ରପୁର IIC ଦେବାଶିଷ ମହାନ୍ତି ନିଲମ୍ବିତ। କାର୍ଯ୍ୟରେ ଅବହେଳା ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।ନିଲମ୍ବନ ସମୟରେ ବ୍ରହ୍ମପୁର ଆଇଜି ଅଫିସ୍ରେ ରହିବେ।କାର୍ଯ୍ୟରେ ଅବହେଳା ପାଇଁ ଗତକାଲି ଜଣେ ପୁଲିସ ଅଧିକାରୀ ନିଲମ୍ବିତ ହୋଇଥିବା ବେଳେ ଆଜି ପୁଣି ଜରେ ପୁଲିସବାବୁ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଆଜି ଓଡ଼ିଶା ରାଜ୍ୟ ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ନିଲମ୍ବିତ କରିଛନ୍ତି। ନିଲମ୍ବନ ସମୟରେ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ରହିବେ।
ଛତ୍ରପୁର ଥାନା ସେକେଣ୍ଡ ଅଫିସର ବିଶ୍ୱଜିତ ନାୟକ ଛତ୍ରପୁର ଥାନାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଦେବାଶିଷ ମହାନ୍ତି ଚଳିତ ବର୍ଷ ଫେବ୍ରୁଆରି ୨୪ ତାରିଖରେ ଛତ୍ରପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ। ଏହା ପୂର୍ବରୁ ସେ ପୁରୀ ଜ଼ିଲ୍ଲା ଡେଲାଙ୍ଗର ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଛତ୍ରପୁର ଥାନାରେ ମାତ୍ର ୫ ମାସ ୨୦ ଦିନ କାମ କଲା ପରେ ତାଙ୍କରି କାର୍ଯ୍ୟରେ ଅବହେଳା ନେଇ ତାଙ୍କୁ ନିଲମ୍ବନ କରାଯାଇଛି।