ବେଳପଡା ଗ୍ରସ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଳପଡା ଗ୍ରସ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ପ୍ରଥମ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନ କୁ ସ୍ୱତନ୍ତ୍ର ବିମାନ ଯୋଗେ ଆସିଛନ୍ତି।ତା ମଧ୍ୟରୁ ବେଳପଡା ବ୍ଲକ କୁ ଆଜି ସମୟ ସକାଳ ୧୧ ଟା ରେ ବେଳପଡା କ୍ରିକେଟ ଖେଳପଡ଼ିଆ ଠାରେ ଅବତାରଣ କରିଥିଲେ।ତା ସହ ଅନେକ ନୂତନ ଉନ୍ନତି ମୂଳକ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ, ସାଂସଦ ସଂଗୀତା କୁମାରୀ ସିଂଦେଓ, ବଲାଙ୍ଗୀର ଜିଲ୍ଲା ପାଳ,କଣ୍ଟାବାଜୀ ବିଧାୟକ ଲକ୍ଷ୍ମଣ ବାଗ,ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ରେ ଏହି ଅଞ୍ଚଳ ର ବିକାଶ ମୂଳକ କାର୍ଯ୍ୟ ଗୁଡିକ ଶୁଭାରମ୍ଭ କରିଥିଲେ।

ଘାଗୁର୍ଲି ଗ୍ରାମ ପଞ୍ଚାୟତ ରେ ଦୀର୍ଘ ଦିନ ର ଦାବି କୁ ପୁରଣ କରିଛନ୍ତି ମୋହନ ସରକାର ଜା ଫଳରେ କି ଏହି ଅଂଚଳରେ ଅନେକ ଚାଷୀ ଉପକୃତ ହୋଇପାରିବେ।ତା ସହ ସୁଭଦ୍ରା ଯୋଜନା ବିଷୟ ମାଁ ମାନଙ୍କୁ କହିଛନ୍ତି।ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବା ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହାକୁ ଆଖି ଆଗରେ ରଖି ପୋଲିସ ପଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।ଯେମିତି ଲୋକଙ୍କ କିଛି ଅସୁବିଧା ହେବନି।

Comments are closed.