ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ହାରିଆମୁଣ୍ଡା ଗାଁରେ। ମୃତ ଦମ୍ପତି ହେଲେ ହାରିଆ ମୁଣ୍ଡା ଗାଁର ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବିତ୍ରୀ ଖରା। ସୂଚନା ମୁତାବକ, ମହେନ୍ଦ୍ର ଖରା ଗତକାଲି ସ୍ତ୍ରୀ ସାବି ଖରାଙ୍କ ସହ ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ବାଇକରେ ଆସିଥିଲେ |
କାମ ସାରି ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଖୁଡୁବି ଛକ ନିକଟରେ ୫ଜଣ ଦୃର୍ବୃତ୍ତମାନେ ମହେନ୍ଦ୍ରଙ୍କ ବାଇକ୍ ଅଟକାଇବା ସହିତ ଦୁହିଁଙ୍କୁ କାବୁ କରିଥିଲେ । ଏହାପରେ ମହେନ୍ଦ୍ରଙ୍କୁ ମାଡ଼ ମାରିବା ସହ ତାଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ । ତାଙ୍କ ସମ୍ମୁଖରେ ହିଁ ସ୍ତ୍ରୀର ସୁନା ଗହଣା ଲୁଟି ନେବା ପରେ ସ୍ତ୍ରୀକୁ ହତ୍ୟା କରି ସେଠାରୁ ଫେରାର୍ ହୋଇଯାଇଥିଲେ।
ସ୍ଥାନୀୟ ଲୋକେ ମହେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ମହେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ସ୍ତ୍ରୀକୁ ହତ୍ୟା କଲେ ତାର କାରଣ ଜଣାପଡ଼ି ନାହିଁ।ନନ୍ଦପୁର ଥାନା ଅଧିକାରୀ ପାଣ୍ଡବ ଶବର, ସହକାରୀ ଥାନା ଅଧିକାରୀ ମମତା କୁମାରୀ ପଣ୍ଡା, ଏଏସଆଇ ଗୁପ୍ତେଶ୍ୱର ଗୌଡ଼ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।
Comments are closed.