ଅଗ୍ନିପଥ ଯୋଜନାକୁ ବିରୋଧ କରୁଥିବା ଯୁବ ପ୍ରତିବାଦକାରୀଙ୍କୁ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ନିବେଦନ; ପ୍ରତାରିତ ହୁଅ ନାହିଁ
କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ‘ଅଗ୍ନିପଥ’ ଯୋଜନାକୁ ତୀବ୍ର ବିରୋଧ କରି ବିହାରରେ ଏକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ବିହାରରେ ଉତ୍ତ୍ୟକ୍ତ ଯୁବ ପ୍ରତିବାଦକାରୀମାନେ ଭଭୁଆ ରୋଡ୍ ରେଳ ଷ୍ଟେସନ୍ରେ ଇଣ୍ଟର୍ସିଟି ଏକ୍ସପ୍ରେସ୍ର କାଚ ଭାଙ୍ଗିବା ସହ ଏକ ବଗିରେ ନିଆଁ ଲଗାଇ ଦେଇଛନ୍ତି ବୋଲି ପୁଲିସ କହିଛି। ଚାକିରିର ଅବଧି ୪ ବର୍ଷ ଥିବାରୁ ଏହାକୁ ଜୋରଦାର ବିରୋଧ କରାଯାଛି। ଦେଶରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାବା ସହ କେତେକ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ମଧ୍ୟ କରାଯାଇଛି।
ଦୀର୍ଘ ଦିନ ଧରି ସେନାରେ ଯୋଗଦେବାକୁ ପ୍ରସ୍ତୁତ ହେଉଥିବା ଏହି ଯୁବକମାନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଆବେଦନ କରିଛନ୍ତି। ଯୋଗୀ ଆଦିତ୍ୟନାଥ ବିରୋଧ କରୁଥିବା ଯୁବକମାନଙ୍କୁ ବହୁତ ଆଶ୍ୱାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଟ୍ୱିଟ୍ କରି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବକ ସାଥୀଗଣ,‘ ଅଗ୍ନିପଥ ଯୋଜନା’ ଆପଣଙ୍କ ଜୀବନକୁ ଏକ ନୂତନ ଦିଗ ଦେବା ସହିତ ଭବିଷ୍ୟତକୁ ଏକ ସୁବର୍ଣ୍ଣ ଆଧାର ଦେବ। ଆପଣ କୌଣସି ଭ୍ରମରେ ପଡ଼ନ୍ତୁ ନାହିଁ। ମାତା ଭାରତୀଙ୍କର ସେବା କରିବାକୁ ସ୍ଥିର ହୋଇଥିବା ଆମର ‘ଆଗ୍ନିବୀର’ ଜାତିର ଅମୂଲ୍ୟ ପାଣ୍ଠି ହେବ ଏବଂ ପୋଲିସ୍ ଏବଂ ଅନ୍ୟାନ୍ୟ ସେବାରେ ଆଗ୍ନିବୀରଙ୍କୁ ଅଗ୍ରାଧିକାର ଦେବ। ଜୟ ହିନ୍ଦ।
ସୂଚନା ଅନପୁଯାୟୀ ସରକାରଙ୍କ ନୂଆ ଯୋଜନା ଅନୁଯାୟୀ ୧୭.୫ରୁ ୨୧ ବର୍ଷ ମଧ୍ୟରେ ପ୍ରାୟ ୪୫ ହଜାର ଲୋକଙ୍କୁ ସେନାରେ ନିଯୁକ୍ତି ମିଳିବ। ସେମାନଙ୍କ କାର୍ଯ୍ୟକାଳ ୪ ବର୍ଷ ରହିବ। ୪ ବର୍ଷ ପରେ ଗ୍ରାଚୁଇଟି ଏବଂ ପେନ୍ସନ୍ ବିନା ବାଧ୍ୟତାମୂଳକ ଅବସର ଦିଆଯିବ। ଗୁରୁବାର ଦିନ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଏହି ଯୋଜନା ବିପକ୍ଷରେ ବହୁ ସଂଖ୍ୟାରେ ଯୁବକ ରାସ୍ତାରେ ଯାଇଥିଲେ। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ବେଳେ ରାସ୍ତା ଅବରୋଧ କରାଯାଇଥିଲା। ଏହି ସମୟରେ ବିରୋଧୀ ଯୁବକମାନେ ଏହି ଯୋଜନା ରଦ୍ଦ କରିବାକୁ ଦାବି କରିଥିଲେ ଏବଂ ‘ଅଗ୍ନିପଥ ଯୋଜନାକୁ ଫେରାଇ ନିଅ’ ସ୍ଲୋଗାନ ମଧ୍ୟ ଦେଇଥିଲେ।