ଆପଣ ଜାଣନ୍ତିକି ଗୁଗଲରେ କଣ ସର୍ଚ୍ଚ କରନ୍ତି ଅଧିକାଂଶ ଯୁବତୀ, ରିପୋର୍ଟରୁ ଜଣାପଡ଼ିଲା ଏମିତି…

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଏଇ ସ୍ମାର୍ଟଫୋନ୍ ଯୁଗରେ ସବୁ ସମୟରେ ହାତ ପାହାନ୍ତାରେ ଅତି ସହଜରେ ସବୁକିଛି ଉପଲବ୍ଧ ହୋଇପାରୁଛି । ଆମେ ବୁଝିପାରୁନଥିବା ୱାର୍ଡର ଅର୍ଥ ହେଉ କି ଖାଦ୍ୟ ଡେଲିଭରି ହେଉ ଇଣ୍ଟରନେଟ ଦ୍ୱାରା ସବୁକିଛି ସହଜ ହୋଇପାରିଛି । ତେବେ ଆପଣ ଜାଣନ୍ତି କି ଯୁବତୀମାନେ ଗୁଗଲରେ ଅଧିକ କଣ ସର୍ଚ୍ଚ କରନ୍ତି । ପ୍ରତ୍ୟେକ ବର୍ଷ ପରି ଗତବର୍ଷ ମଧ୍ୟ ଗୁଗଲ ତାର ରିପୋର୍ଟ ପ୍ରକାଶ କରିଛି । ତେବେ ଏଥିରୁ ମହିଳାମାନଙ୍କ ଇଣ୍ଟରନେଟ୍ ସହିତ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଝିଅମାନେ ନିଜ କ୍ୟାରିଅରକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି।

ଅଧିକାଂଶ ଯୁବତୀ କେଉଁ କ୍ଷେତ୍ରରେ ସେମାନଙ୍କୁ କ୍ୟାରିୟର କରିବାକୁ ପଡିବ ସେନେଇ ଗୁଗୁଲରେ ସର୍ଚ୍ଚ କରିଥାନ୍ତି। ଯୁବତୀମାନେ ଅନଲାଇନ୍ ସପିଂ ସାଇଟକୁ ମଧ୍ୟ ଅଧିକ ସର୍ଚ୍ଚ କରିଥାନ୍ତି । ଇଣ୍ଟରନେଟରେ ପୋଷାକ ଡିଜାଇନ୍, ନୂତନ କଲେକ୍ସନ୍, ଅଫର୍ ବିଷୟରେ ଅଧିକ ସନ୍ଧାନ କରନ୍ତି । ଯୁବତୀମାନେ ସୁନ୍ଦର ଏବଂ ଭିନ୍ନ ଦେଖାଯିବାକୁ ଭଲ ପାଆନ୍ତି। ଏଥିପାଇଁ ସେମାନେ ଇଣ୍ଟରନେଟର ସାହାଯ୍ୟ ନେଇଥାନ୍ତି । ଫ୍ୟାଶନ, ସୌନ୍ଦର‌୍ୟ୍ୟ ଏବଂ ଘରୋଇ ଉପଚାର ବିଷୟରେ ଜାଣିବା ପାଇଁ ସେମାନେ ଗୁଗୁଲର ସହାୟତା ନେଇଥାନ୍ତି ।

Leave A Reply

Your email address will not be published.