ଓଡ଼ିଆ ନ୍ୟୁଜ୍: ପୁଣି ମଝି ଚିଲିକାରେ ଫସିଲା ଆଉ ଏକ ଯାତ୍ରୀବାହୀ ଡ଼ଙ୍ଗା।ଯାନ୍ତ୍ରିକ ତ୍ରୁଟି କାରଣରୁ ପ୍ରାୟ ୩୦ ମିନିଟ୍ ହେବ ଫସି ରହିଛି।ଡଙ୍ଗାରେ ୩୦ଟି ବାଇକ୍ ସହ ୫୦ ଜଣ ଯାତ୍ରୀ ରହିଥିବା ସୂଚନା।୨ ଘଣ୍ଟା ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।..ଆଜି ସକାଳେ ବି ଏକ ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ମହିଁଷାକୁଦ ନିକଟରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା।
ମେସିନ ସ୍ଲାବ ଫାଟି ଯିବାରୁ ଡଙ୍ଗାଟି ମଝି ସମୁଦ୍ରରେ ଅଟକି ରହିଥିଲା। ଚିଲିକା ମଝିରେ ବିପଦଜନକ ଯାତ୍ରା। ଛୁଆ ପିଲା ଧରି ବର୍ଷ ବର୍ଷ ଧରି ଲୋକେ ଅକାତ ଅକାତ ପାଣିରେ ଯାଆସ କରୁଛନ୍ତି। ନା ଅଛି ସୁରକ୍ଷା ବ୍ୟବସ୍ଥା, ନା ଅଛି କୌଣସି ସାବଧାନତା। ଜହ୍ନିକୁଦାରୁ ସାତପଡ଼ାକୁ ଚିଲିକା ଭିତରେ ୫ କିଲୋମିଟର ଜୀବନ ବାଜିରେ ଲାଗିଛି ।