ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶରତ ପଟନାୟକ ପିସିସି ସଭାପତି ହେବା ପରେ ପ୍ରଥମ ଥର ପାଇଁ ଚିନ୍ତନ ଶିବିର ଆଜି ବସିବ।ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ବୈଠକ ହେବ।ବ୍ଲକ ସଭାପତି,ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ପୁର୍ବତନ ବିଧାୟକ, ପୁର୍ବତନ ପିସିସି ସଭାପତି ,ବରିଷ୍ଠ ନେତା ବୈଠକ ରେ ଯୋଗ ଦେବେ।ପ୍ରଥମ ଦିନ ଜିଲ୍ଲା ସଭାପତି ଯୋଗଦେବେ, ଦ୍ୱିତୀୟ ଦିନ ବ୍ଲକ ସଭାପତି ମାନେ ଯୋଗ ଦେବେ।କଂଗ୍ରେସ କୁ ତୃଣମୁଳ ସ୍ତରରୁ କିଭଳି ଭାବେ ସଶକ୍ତ କରାଯିବ ସେ ନେଇ ଆଲୋଚନା ହେବ।
ଏହି ଚିନ୍ତନ ଶିବିରରେ ପ୍ରଭାରୀ ଡ଼ ଚେଲ୍ଲା କୁମାର ,ସହ ପ୍ରଭାରୀ ରୁଦ୍ର ରାଜୁ ଯୋଗଦେବେ।କଂଗ୍ରେସ ରୁ ଦୁରେଇ ଯାଇଥିବା ନେତା ମାନଙ୍କୁ ସାଥିରେ ନେଇ କିଭଳି ଆଗକୁ ବଢିବ କଂଗ୍ରେସ।ତାହା ଏବେ ଶରତଙ୍କ ପାଇଁ ବଡ଼ ଆହ୍ୱାନ।ଦଳ କିଭଳି ପୁନଃ ସଙ୍ଗଠିତ ହେବ।ଦଳୀୟ ନେତାଙ୍କୁ ଏକଜୁଟ କରି ଆଗକୁ ବଢିବା ନେଇ ବୈଠକରେ ରଣକୌଶଳ ପ୍ରସ୍ତୁତ ହେବ।