ଓଡ଼ିଆ ନ୍ୟୁଜ୍: ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟ । ସାରା ବିଶ୍ୱର ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହ । ପ୍ରଭୁ ଯୀଶୁଙ୍କ ଦର୍ଶନ ପାଇଁ ଚର୍ଚ୍ଚରେ ପ୍ରବଳ ଭିଡ଼ । ଯୀଶୁଙ୍କ ଆଗମନ ପରେ ଉତ୍ସବମୁଖର ଚର୍ଚ୍ଚ । କ୍ୟାଥୋଲିକ ଚର୍ଚ୍ଚ ଓ ବାପଟିଷ୍ଟ ଚର୍ଚ୍ଚରେ ଭିଡ଼ । ସମୂହ ପ୍ରାର୍ଥନା ପାଇଁ ଖ୍ରୀଷ୍ଟ ଧର୍ମାବଲମ୍ୱୀ ଏକାଠି । ସୁନ୍ଦର ଆଲୋକମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ ।
ପବିତ୍ର ଖ୍ରୀଷ୍ଟମାସ ପାଇଁ ସେଲିବ୍ରେସନ୍ର ମାହୋଲ୍ । ଶାନ୍ତି, ମୈତ୍ରୀ ଓ ମାନବିକତାର ପର୍ବ ବଡ଼ଦିନ । ଥଣ୍ଡାକାକରକୁ ଖାତିର ନକରି ପ୍ରଭୁ ଯୀଶୁଙ୍କ ଆଗମନକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ନିର୍ଦ୍ଧାରିତ ୧୨ଟା ବେଳକୁ ସେହି ପ୍ରତିକ୍ଷାର ଅନ୍ତ ଘଟିବା ସହ ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହାପରେ ଆରମ୍ଭ ହୋଇଛି ସେଲିବ୍ରେସନ୍ । ରାତିତମାମ ଚର୍ଚ୍ଚରେ ଆନନ୍ଦଉଲ୍ଲାସର ପାଳନ ହୋଇଛି ବଡ଼ଦିନ ।