ଆମ ବସ ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ଦିଅ: ମୋହନ ମାଝୀ

0

ଓଡ଼ିଆ ନ୍ୟୁଜ୍: ଆମ ବସ୍‌’ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ।ବିଶେଷକରି ଆମ ବସ୍‌ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ବ। ଡ୍ରାଇଭରମାନଙ୍କୁ ନିୟମିତ ଟ୍ରେନିଂ ଦେବାକୁ ଦେଲେ ନିର୍ଦ୍ଦେଶ।ସେମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ ପରାମର୍ଶ। MVIମାନଙ୍କ ଦ୍ଵାରା ଆମ ବସ୍‌ଗୁଡ଼ିକର ଫିଟନେସ୍‌ ଯାଞ୍ଚ ନିର୍ଦ୍ଦେଶ।ବାଣିଜ୍ୟ ଓ ପରିବହନ ବିଭାଗକୁ ଏକ ସ୍ଵତନ୍ତ୍ର ସ୍କ୍ୱାଡ୍‌ ଗଠନ କରିବାକୁ ପରାମର୍ଶ।

ବିଶେଷକରି ଆମ ବସ ଡ଼୍ରାଇଭର ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଆରୋପ କରିଛନ୍ତି। ଏଥିପାଇଁ ନିୟମିତ ଟ୍ରେନିଂ ପ୍ରଦାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେନିଂ ପ୍ରକ୍ରିୟାରେ ଡ଼୍ରାଇଭର ମାନଙ୍କ ଦକ୍ଷତା ସହ ସେମାନଙ୍କ ଶାରିରୀକ ଓ ମାନସିକ ସ୍ଵାସ୍ଥ୍ୟ ସଂପର୍କରେ ମଧ୍ୟ ଗୁରୁତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଶେଷକରି, ସେମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ training module କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଏହା ସହିତ MVI ମାନଙ୍କ ଦ୍ଵାରା ଆମ ବସ ଗୁଡ଼ିକର ଫିଟନେସ ସଂପର୍କରେ ନିୟମିତ ଯାଞ୍ଚ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ଵତନ୍ତ୍ର ସ୍କ୍ୱାଡ ଗଠନ କରି ବସ ଫିଟନେସ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.