ଜୟପୁରରୁ ଭୁବନେଶ୍ବର ଗଡ଼ିବ ବନ୍ଦେ ଭାରତ: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଜୟପୁରରୁ ଭୁବନେଶ୍ବର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଏନେଇ ଜୟପୁରରେ ସ୍ବତନ୍ତ୍ର ଉତ୍ସବରେ ଆଜି ଘେଷାଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।କୋରାପୁଟ ଜିଲା ଜୟପୁରରେ ସୁଭଦ୍ରା’ ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାବାସୀଙ୍କୁ ଉଦ୍‌ବୋଧନ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ଜୟପୁରରୁ- ଭୁବନେଶ୍ବର ବନ୍ଦେ ଭାରତ ଚାଲିବ।ଜୟପୁରରୁ ଭୁବନେଶ୍ବର ‘ବନ୍ଦେ ଭାରତ’ ଚଳାଇବା ପାଇଁ ଦାବି ଆସିଛି। ସ୍ଥାନୀୟ ବିଧାୟକ ତାରା ବାବୁ ଏନେଇ ଦାବି ରଖିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ କହିଛନ୍ତି।

Leave A Reply

Your email address will not be published.