ବେଙ୍ଗାଲୁରୁରେ ନବୀନ, ଇନଭେଷ୍ଟର୍ସ ମିଟରେ ଦେବେ ଯୋଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ବେଙ୍ଗାଲୁରୁରେ ଗସ୍ତ କରିଛନ୍ତି । କାଲି ଅପରାହ୍ନରେ ମେକ୍ ଇନ ଓଡ଼ିଶା ରୋଡ୍ ସୋ’ ରେ ୱିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ୍ ପ୍ରେମଜୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପ୍ରତଷ୍ଠିତ ଆଇଟି କମ୍ପାନୀର ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ୱାନ ଟୁ ୱାନ୍ ଆଲୋଚନା କରିଥିଲେ ।

ସେମାନଙ୍କ ମଧ୍ୟରେ ଥିଲେ ଗୋଲଡେନ୍ ହାଚେରି ପ୍ରତିଷ୍ଠାତା ସୟଦ ଫାହଦ, ଷ୍ଟ୍ରିଙ୍ଗବୋର୍ଡ ସହ ପ୍ରତିଷ୍ଠାତା ବରୁଣ ଚାୱାଲା ଏବଂ ପ୍ରଣୟ ଗୁପ୍ତା, ଡୋଡଲା ଡାଇରୀ ନିର୍ଦ୍ଦେଶକ ଏଏମଏସ ରେଡ୍ଡୀ, ନନ୍ଦୀ ପାୱାରଟ୍ରୋନିକସ୍ ଏମଡି ଏଚଏନ ରାମକ୍ରିଷ୍ଣୟା, ନେଷ୍ଟଆୱେ ଏମଡି ଅମରେନ୍ଦ୍ର ସାହୁ, ମର୍ଲିନହକ୍ ଏରୋସ୍ପେସ୍ ନିର୍ଦ୍ଦେଶକ ଜାବି ଜୋସେଫ ଆଣ୍ଟ୍ରୋଥ୍, ଏମଭିଏମ ଇଣ୍ଡଷ୍ଟ୍ରିସ୍ ପ୍ରତିଷ୍ଠାତା ନନ୍ଦ ଭେଙ୍କଟ ରାଓ ଏବଂ ଶ୍ରାବଣୀ ଏନର୍ଜି ଏମଡି ଏନ ପ୍ରଶାନ୍ତ ରାଓ ।

ଆଜି ହୋଟେଲ ତାଜ୍ ୱେଷ୍ଟ ଏଣ୍ଡ୍ ରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ସେଥିରେ ୫୦୦ ରୁ ଅଧିକ ଶିଳ୍ପପତି, ଉଦ୍ୟୋଗୀ ଏବଂ ନିବେଶକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବୁଝାଇବା ସହ ଆସନ୍ତା ନଭେମ୍ବର ୩୦ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍ ଇନ ଓଡ଼ିଶା କନକ୍ଲେଭ୍ ରେ ଯୋଗଦେବାକୁ ସେମାନଙ୍କୁ ଆମନ୍ତ୍ରଣ କରିବେ ।

ଏହାପୂର୍ବରୁ  ଆଜି ସକାଳେ ମୁମ୍ବାଇ ଭଳି ଶିଳ୍ପପତିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍ ଟୁ ୱାନ୍ ଭେଟିଥିଲେ  । ସେମାନଙ୍କ ମଧ୍ୟରେ ଥିଲେ ଆଇବିଏମ୍ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା, ୱିପ୍ରୋର ଡକ୍ଟର ଶ୍ରବଣ ସୁବ୍ରମଣ୍ୟମ୍, ଏବିବି ଲିମିଟେଡର ଟି.କେ.ଶ୍ରୀଧର, ଟିଟିକେ ପ୍ରେଷ୍ଟିଜ୍ ର ସରଣ୍ୟ ପି, ଇଣ୍ଡୋ ନିସିନ ଫୁଡସ୍ ର ଗୌତମ ଶର୍ମା, ପେଜ୍ ଇଣ୍ଡଷ୍ଟ୍ରିସ୍ ର ଭି.ଏସ. ଗଣେଶ, ହାପିଏଷ୍ଟ ମାଇଣ୍ଡସ୍ ର ଭେଙ୍କଟରମଣ ଏନ, କଟନ୍ ୱାଲର୍ଡର ବି.ଏନ.ମୋନ୍ନାପା, ୱଣ୍ଡରଲାର ଅରୁଣ ଚିତ୍ତାପଲ୍ଲୀ ଏବଂ ଇଣ୍ଡିଆନ୍ ଷ୍ଟିଚେସ୍ ର ବିଶାଲ ସେହେଗଲ । ମୁଖ୍ୟମନ୍ତ୍ରୀଙ୍କ ସହ ବେଙ୍ଗାଲୁରୁ ଯାଇଥିବା ପ୍ରତିନିଧିମଣ୍ଡଳୀରେ ଅଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଲେକଟ୍ରୋନିକ୍ସ ଏବଂ ଆଇଟି ସଚିବ ମନୋଜ କୁମାର ମିଶ୍ର ଏବଂ ଷ୍ଟାର୍ଟ ଅପ ଓଡ଼ିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ।

 

Leave A Reply

Your email address will not be published.