ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶପଥ ଗ୍ରହଣ କରିବା ପରେ ଯୋଗୀ ସରକାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ ଉତ୍ତରପ୍ରଦେଶ ଗଠନ ପାଇଁ ଶପଥ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ଶପଥ ଗ୍ରହଣ କରିଥିଲେ ଏବଂ ମନ୍ତ୍ରୀଙ୍କ ସହ ପରାମର୍ଶ ମଧ୍ୟ ଆରମ୍ଭ କରିଥିଲେ। ଆଜି ମନ୍ତ୍ରୀ ପରିଷଦ ଏବଂ ଅଧିକାରୀଙ୍କ ସହ ଏକ ରାଉଣ୍ଡ ବୈଠକ ହେବ। ଏଥି ସହିତ ଦୁଇ ତିନି ଦିନ ମଧ୍ୟରେ ମନ୍ତ୍ରୀଙ୍କ ପୋର୍ଟଫୋଲିଓ ମଧ୍ୟ ଭାଗ କରାଯିବ ବୋଲି କୁହାଯାଉଛି।ସକାଳ ୧୦ ଟାରେ ମନ୍ତ୍ରୀ ପରିଷଦ ସହିତ ବୈଠକ ହେବା ଏହା ସହ ୧୧.୩୦ ସମୟରେ IAS ଅଧିକାରୀଙ୍କ ସହିତ ସାକ୍ଷାତ ହେବାର ସୂଚନା ରହିଛି ଏବଂ ୨-୩ ଦିନରେ ମନ୍ତ୍ରୀଙ୍କ ପୋର୍ଟଫୋଲିଓ ପ୍ରସ୍ତୁତ ହେବ। ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସିଏମ ଯୋଗୀ ମନ୍ତ୍ରୀଙ୍କ ସାମ୍ନାରେ ରୋଡମ୍ୟାପ ଉପସ୍ଥାପନ କରିବେ। ଯୋଗୀ ସରକାରଙ୍କ ସମସ୍ତ ମନ୍ତ୍ରୀ ଗତକାଲି ରାତିରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ।