ମଙ୍କିପକ୍ସକୁ ନେଇ କୋକୁଆ ଭୟ: ସତର୍କ କରାଇଲା WHO

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) ମଙ୍କିପକ୍ସକୁ ନେଇ ବଢ଼ୁଛି ଚିନ୍ତା । କରୋନା ପରେ ଏବେ ମଙ୍କିପକ୍ସକୁ ନେଇ ସବୁଠି କୋକୁଆ ଭୟ । ଏଯାଏଁ ସାରା ବିଶ୍ୱରେ ଶହେରୁ ଅଧକ ମାମଲା ଚିହ୍ନଟ ହୋଇସାରିଲାଣି । ଏସବୁ ଭିତରେ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏଯାଏଁ ୧୨ଟି ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ବେଳେ ଏହା ଆଗକୁ ଅନ୍ୟ ଦେଶକୁ ବଢ଼ିବାର ଆଶଙ୍କା ରହିଥିବା ‘ହୁ’କହିଛି । ସଙ୍ଗଠନ କହିଛି ଯେ, ଏବେ ଅଧିକରୁ ଅଧିକ ଦେଶରେ ଅନୁଧ୍ୟାନ କରାଯାଉଛି, ତେଣୁ ଆଗକୁ ଅଧିକ ମାମଲା ସାମ୍ନାକୁ ଆସିବାର ଆଶଙ୍କା ରହିଛି । ଏବେ ୟୁରୋପିୟ ଦେଶରେ ଏହି ମଙ୍କି ପକ୍ସ ଚିହ୍ନଟ ହୋଇଛି । କେବଳ ସ୍ପେନରେ ୪୦ ଓ ପର୍ତୁଗାଲରେ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମଙ୍କିପକ୍ସ ବ୍ୟାପିବା ପ୍ରସଙ୍ଗରେ ଆଲୋଚନା ପାଇଁ ଜରୁରୀ ବୈଠକ ଡାକିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏହି ବୈଠକରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଶଗୁଡ଼ିକ ସାମିଲ ହେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ମଙ୍କିପକ୍ସ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ରୋଗର ସମ୍ଭାବ୍ୟ ଚିକତ୍ସା ଓ ଔଷଧ ପାଇଁ ଏବେ ବିଶେଷଜ୍ଞମାନେ ବିଚାରବିମର୍ଶ କରୁଥିବା ସେ ଜଣାଇଛନ୍ତି । ସେପଟ ଭାରତୀୟ ବିଶେଷଜ୍ଞମାନେ ସତର୍କ ରହିବାକୁ କହିଛନ୍ତି । ହେଲେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ଭାରତରେ ଏଯାଏଁ ମଙ୍କିପକ୍ସରେ କୌଣସି ମଣିଷ ସଂକ୍ରମିତ ହୋଇଥିବାର ମାମଲା ସାମ୍ନାକୁ ଆସି ନାହିଁ ।

କରୋନାର ପ୍ରକୋପ ଧିରେ ଧିରେ କମୁଥିବା ବେଳେ ଅଜଣା ଭାଇରସ ମଙ୍କିପକ୍ସ ଧୀରେ ଧୀରେ ତାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଯଦିଓ ଏଯାଏ ଭାରତରେ ମଙ୍ଗିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି, ତଥାପି ସତର୍କ ରହିବାକୁ ବିଷେଶଜ୍ଞମାନେ ପରାମର୍ଶ ଦେଇଛନ୍ତି । ହୁ ର ଚେତାବନୀ ଅନୁଯାୟୀ ଏହା କୌଣସି ସମୟରେ କୌଣସି ଦେଶକୁ ବ୍ୟାପିପାରେ । ତେଣୁ ଏଥିପାଇଁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛି ।

 

Leave A Reply

Your email address will not be published.