ଓଡ଼ିଆ ନ୍ୟୁଜ୍: କମୁଛି ପାରଦ ବଢ଼ୁଛୁ ଶାତ…ଧଳା ଚାଦରରେ ବିଲ ଓ ଧାନଖଳା । ଦାରିଙ୍ଗବାଡିରେ ତୁଷାରପାତ, ଜାଡ଼ ମାଡ଼ରେ ଥରୁଛି ସମଗ୍ର କନ୍ଧମାଳ। ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଝାରସୁଗୁଡା, ସୁନ୍ଦରଗଡ ଏବଂ ଦକ୍ଷିଣ ଓଡିଶାର କୋରାପୁଟ, ନବରଙ୍ଗପୁର ଏବଂ ଉତ୍ତର ଓଡିଶାର ମୟୂରଭଞ୍ଜରେ ତାପମାତ୍ରା ବହୁ ନିମ୍ନକୁ ହ୍ରାସ ପାଇଛି। ୧୨ରୁ ୧୮ ତାରିଖ ଯାଏ ରାଜ୍ୟରେ ଶୀତ ଲହରିର ସମ୍ଭାବନା ଅଧିକ । ସେହିଭଳି ୧୯ରୁ ୨୫ ତାରିଖ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବା ସହ ଶୀତ ଲହରି ବି ବହିପାରେ ।
ଆଗକୁ ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏହି ପୂର୍ବାନୁମାନ କରିଛି । ଶୁକ୍ରବାର ଓ ଶନିବାର (୧୨ ଓ ୧୩ ତାରିଖ)ରେ ରାଜ୍ୟର ବିକ୍ଷିପ୍ତସ୍ଥାନରେ ଶୀତ ଲହରି ବହିପାରେ ବୋଲି ଆଇଏମ୍ଡି କହିଛି । ଘନ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହୋଇପାରେ ।