ଦଶହରା ପୂର୍ବରୁ ସରିବ କଲେଜ ନିର୍ବାଚନ: ସୂର୍ଯ୍ୟବଂଶୀ ସୂରଜ୍

0

ଓଡ଼ିଆ ନ୍ୟୁଜ୍: ଛାତ୍ର ସଂସଦ ନିର୍ବାଚନ ପ୍ରଚାରରେ ପୁଣି ଥରେ କମ୍ପିବ କଲେଜ ପରିସର । ହଷ୍ଟେଲରୁ ନେଇ ଅଡ଼ିଟୋରିୟମ ଯାଏ ଚାଲିବ ଜୋରଦାର ଶକ୍ତି ପ୍ରଦର୍ଶନ । ଯୁକ୍ତ ତିନି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଜୁଲାଇ ୧୫ରୁ ପାଠପଢା ପାଇଁ ରହିଛି ଲକ୍ଷ୍ୟ । ସବୁକିଛି ଠିକ୍‌ଠାକ୍ ଚାଲିଲେ ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସରିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ।

ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଛାତ୍ର ସଂସଦ ନିର୍ବାଚନ ନେଇ କରାଯାଇଥିଲା ଘୋଷଣା । ପୂର୍ବ ବର୍ଷ କେତେକ ସମସ୍ୟା ପାଇଁ ନିଷ୍ପତ୍ତି ଅଟକି ରହିଥିଲା, ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ଏଥିପାଇଁ ଆରମ୍ଭ ହୋଇଛି ପୂର୍ବ ପ୍ରସ୍ତୂତି । ଗତ ସରକାରରେ ୭ବର୍ଷ ହେବ ଲଗାତର ଭାବେ ସ୍ଥଗିତ ରହିଆସୁଥିଲା କଲେଜ ନିର୍ବାଚନ ।

ପ୍ରଥମେ ବିୃଶଙ୍ଖଳା ଓ ପରେ କରୋନାକୁ ଆଳ କରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖାଯାଇଥିଲା । ଛାତ୍ର ସମାଜର ସ୍ୱରକୁ ଚାପିଦେବାକୁ ହୋଇଥିଲା ବଡ଼ ଷଡ଼୍‌ଯନ୍ତ୍ର । ଏବେ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିବାର କାହାର ନୈତିକତା ନଥିବା କହିଛି ବିଜେପି । ଗତବର୍ଷ ପରି ସରକାର ପୁଣିଥରେ ଛାତ୍ରଛାତ୍ରୀଙ୍କୁ ଭଣ୍ଡାଇଦେବେ ବୋଲି ବିଜେଡି କହିଥିବା ବେଳେ ନିର୍ବାଚନ ହେଲେ ଉଭୟଙ୍କୁ କଡ଼ା ଟକ୍କର ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.