ଆଫଗାନିସ୍ତାନ ଫେରିଆସନ୍ତୁ ହିନ୍ଦୁ: ସୁରକ୍ଷା ଗ୍ୟାରେଣ୍ଟି ଦେଲା ତାଲିବାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଫଗାନିସ୍ତାନରେ ଚାଲିଛି ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନର କବଜା ପରଠୁ ସେଠାକାର ଲୋକଙ୍କ ଅବସ୍ଥା ଦୟନୀୟ ହୋଇ ପଡିଛି। ଏମିତି ସ୍ଥିତିରେ ହଜାର ସଂଖ୍ୟକ ହିନ୍ଦୁ ଏବଂ ଶିଖ ସମୁଦାୟର ଲୋକେ ଆଫଗାନିସ୍ତାନ ଛାଡି ସ୍ଵଦେଶ ଫେରି ଆସି ସାରିଛନ୍ତି। ଏହା ମଧ୍ୟରେ ତାଲିବାନ ଦାବି କରିଛି ଯେ, ଦେଶରେ ବର୍ତ୍ତମାନ ସୁରକ୍ଷା ସ୍ଥିତି ସ୍ଵାଭାବିକ ରହିଛି। ତାଲିବାନ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶିଖଙ୍କୁ ଦେଶକୁ ଫେରି ଆସିବାକୁ ଅପିଲ୍ କରିଛି ଏବଂ ପୂରା ସୁରକ୍ଷା ଗ୍ୟାରେଣ୍ଟି ଦେବୁ ବୋଲି କହିଛି।

ତାଲିବାନ ରାଷ୍ଟ୍ରମନ୍ତ୍ରୀ କାୟ୍ୟାଳୟର ମହାନିର୍ଦ୍ଦେଶକ ଡ. ମୁଲ୍ଲା ଅବଦୁଲ ବସିଙ୍କ ଦ୍ଵାରା ଜୁଲାଇ ୨୪ରେ ଆଫଗାନିସ୍ତାନର ହିନ୍ଦୁ ଏବଂ ଶିଖ ପରିଷଦର ଅନେକ ସଦସ୍ୟଙ୍କ ସହିତ ସାକ୍ଷାତ ପରେ ଏହି ବୟାନ ଆସିଛି। ଆଫଗାନିସ୍ତାନର ଚିଫ ଅଫ ଷ୍ଟାଫର କାର୍ୟ୍ୟାଳୟ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି।

ଅବଦୁଲ ବସି କହିଛନ୍ତି, ସମସ୍ତ ଭାରତୀୟ ଏବଂ ଶିଖ ଯେଉଁମାନେ ସୁରକ୍ଷା କାରଣରୁ ଦେଶ ଛାଡି ଦେଇଥିଲେ, ଏବେ ସେମାନେ ଆଫଗାନିସ୍ତାନ ଆସି ପାରିବେ। କାରଣ ଦେଶର ସୁରକ୍ଷା ସ୍ଥାପିତ ବା ସ୍ଵାଭାବିକ ହୋଇ ସାରିଛି। ତାଲିବାନର ବିଜ୍ଞପ୍ତି ଅନୁଯାୟୀ, ଶିଖ ନେତା କାବୁଲରେ ଗୁରୁଦ୍ଵାରା ଉପରେ ଇସଲାମିକ ଷ୍ଟେଟ୍ ଖୁରାସାନ ପ୍ରାନ୍ତର ଆକ୍ରମଣକୁ ରୋକିବା ପାଇଁ ତାଲିବାନକୁ ଧନ୍ୟବାଦ ଦେଇଛନ୍ତି। ଆମେ ହିନ୍ଦୁ ଏବଂ ଶିଖଙ୍କ ସୁରକ୍ଷା ଦାୟିତ୍ଵ ନେଉଛୁ। ତେବେ ପୁଣି ଥରେ ତାଲିବାନିଙ୍କ ଉପରେ ଲୋକେ ଭରଷା କରିବେ କି ନାହିଁ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

Leave A Reply

Your email address will not be published.