ଅବସରପ୍ରାପ୍ତ ସରକାରୀ ଅଫିସରମାନଙ୍କୁ ପୁନଃ ନିଯୁକ୍ତିକୁ ନିନ୍ଦା କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂସାଲୁଜା,ବେକାରୀ ଯୁବକ ଯୁବତୀମାନଙ୍କୁ କାହିଁକି ନିଯୁକ୍ତି ନାହିଁ ବୋଲି ପ୍ରଶ୍ନ କଲେ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅବସରପ୍ରାପ୍ତ ସରକାରୀ ଅଫିସରମାନଙ୍କୁ ପୁନଃ ନିଯୁକ୍ତି ଦେବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂସାଲୁଜା କହିଛନ୍ତି ଏଭଳି ନିଯୁକ୍ତି ପ୍ରକ୍ରିୟାଙ୍କୁ ଆମେ ନିନ୍ଦା କରୁଛୁ। ରାଜ୍ୟରେ 8 ଲକ୍ଷ 80 ହଜାରରୁ ଉର୍ଦ୍ଧ ବେକାରୀ ଯୁବକ ଯୁବତୀମାନେ ରହିଛନ୍ତି ସେମାଙ୍କୁ ନିଯୁକ୍ତି କରାଯାଉ। ଏଭଳି ନିଯୁକ୍ତି କାରଣରୁ ଯେଉଁମାନେ ଚାକିରୀ ପାଉଛନ୍ତି ସେମାନେ ପ୍ରମୋସନ ମଧ୍ୟ ହେଉନାହିଁ। ରାଜ୍ୟ ସରକାର ଯେଉଁ ନୋଟିଫିକେସନ ବାହାର କରିଛନ୍ତି ତାକୁ ତୁରନ୍ତ ଫେରାଇନିଆଯାଉ। ଝଡଖଣ୍ଡରେ ଟାଟା ଗୋଟିଏ ଶିଳ୍ପ କରୁଛି। ସେଠି ନିର୍ଦେଶ କରାଯାଇଛି ଝାଡ଼ଖଣ୍ଡର ମୂଳ ବାସୀଙ୍କୁ ଚାକିରୀ ଦେବାପାଇଁ। ଏଥିରୁ ଜଣାପଡୁଛି ରାଜ୍ୟସରକାର ରୋଜଗାର ଦିଆଯିବ ବୋଲି ଯେଉଁ ବହସ୍ପଟ ମାରୁଛନ୍ତି ତାହା କେବଳ ଧୂଆଁବାଣ। ଯେଉଁ ବିଦେଶୀ କମ୍ପାନୀ ଓଡ଼ିଶାରେ ଶିଳ୍ପ କରିବ ସେଠି ମଧ୍ୟ ମୂଳାବାସିନ୍ଧାନକୁ ଚାକିରୀ ମିଳିବନାହିଁ। ଏଠି ରାଜ୍ୟ ସରକାର ତେଲିଆ ମୁଣ୍ଡରେ ତେଳ ହିଁ ମାରୁଛନ୍ତି।
ବିଜେପି ଘରକୁ ଘର ଯିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ କହିଛନ୍ତି କଂଗ୍ରେସ ଦଳ ମଧ୍ୟ ହାତ ସେ ହାତ ମିଳାଓ ଯୋଜନା କରିଛି। ଗାଁ ରୁ ଗାଁ ଯାଇ ଲୋକଙ୍କୁ କଂଗ୍ରେସର ତ୍ୟାଗ ସମ୍ପର୍କରେ ଅବଗତ କରାଯିବା କାଯ୍ୟ ଆରମ୍ଭ ହୋଇସାରିଛି। ବିଜେପି ଏବେ ଯୋଉ ଗାଁ କୁ ଗାଁ ଯିବ କାର୍ଯ୍ୟକ୍ରମ କରୁଛି କଂଗ୍ରେସ ତାହା କେତେ ଆଗରୁ କରିସାରିଛି।
ରାଜ୍ୟରେ ଆଇଟି ଜିଏସଟି ରେଡ ଉପରେ କଂଗ୍ରେସ ବିଧାୟକ କହିଛନ୍ତି କେନ୍ଦ୍ରରେ ହେଉ କିମ୍ବା ରାଜ୍ୟରେ ଯେଉଁଠି ବେଆଇନ ଲୋକଙ୍କ ଉପରେ ଆଇନଗତ କାଯ୍ୟନୁଷ୍ଠାନ ହେଉଛି ତାହା ଭଲ କଥା କିନ୍ତୁ ଯଦି ରାଜନୀତି ଉଧେଶ୍ୟ ରଖି ଏସବୁ କାଯ୍ୟ କରାଯାଉଛି ତେବେ ଏହାକୁ ଆମେ ନିନ୍ଦା କରୁଛୁ… ଏପର୍ୟ୍ଯନ୍ତ ଉଧେଶ୍ୟମୂଳକ ବୋଲି ଅନୁଭବ ହେଉନାହିଁ… ଯଦି ଅନୁଭବ ହୁଏ ତେବେ ଆମେ ଏହାକୁ ବିରୋଧ କରିବୁ। ଝାଡ଼ସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ତରଫରୁ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ ୩ ତାରିଖରେ ଝାଡ଼ସୁଗୁଡ଼ାର ପରିଭ୍ରମଣର କରି ତାଙ୍କର ରିପୋର୍ଟ ଦେଇସାରିଛନ୍ତି। ଏଆଇସିସି ଖୁବ ଶୀଘ୍ର ନାମ ଘୋଷଣା କରିବ। ଯେଉଁ ପାର୍ଥିର ଜିତିବାର ସମ୍ଭାବନା ଅଧିକ ରହିଛି ସେହିଭଲି ପାର୍ଥିକୁ ଟିକେଟ ଦିଆଯିବ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂସାଲୁଜା କହିଛନ୍ତି।