ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ କାହିଁକି ସାମ୍ବାଦିକଙ୍କୁ ଛଡା ଯାଉନି ବୋଲି ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ମତ ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ କହିଛନ୍ତି ଯିଏ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ହେଉ। ଉଭୟ ବିଜେଡି ଓ ବିଜେପି ଦଳ ଦୋଷ ନଦାନଦୀ ହେଉଛନ୍ତି। ଓଡ଼ିଶାରେ କ୍ରାଇମ କେସ ପାଣିର ଗାର। ଆଗରୁ ଆମେ ଦେଖିଛୁ। ମୁଖ୍ୟ ଅଭିଯୁକ୍ତ କେବେ ଧରାପଡିବ ନାହିଁ।
ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ, ଲୋକସେବା ଭବନ, କମିସନରେଟ ପୋଲିସ ଭିତରକୁ ସାମ୍ବାଦିକକୁ ଛଡା ଯାଉନି। ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଚତୁର୍ଥ ସ୍ତମ୍ବ କହୁଛନ୍ତି ଏପଟେ ଗଣମାଧ୍ୟମକୁ ଅସମ୍ମାନ କରୁଛନ୍ତି ସରକାର। ଭାରତ ଯୋଡ କାର୍ଯ୍ୟକ୍ରମ ଜରିଆସରେ କଂଗ୍ରେସ ଲୋକମାନଙ୍କ ପାଖରେ ଅଧିକ ଆଦୃତ ହୋଇଚାଲିଛି। ଏହି ସମୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗଦାନ କଂଗ୍ରେସ ପାଇଁ ଭଲ।