ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି ବିଜୟ । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସ ଦଳରେ ମିଶିବା ପ୍ରସଙ୍ଗରେ କଂଗ୍ରେସ ବରିଷ୍ଠ ନେତା ଜୟଦେବ ଜେନାଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ବିଜୟ ପଟ୍ଟନାୟକ ଓଡ଼ିଶାର ଜଣେ ଜଣାଶୁଣା ଚେହେରା। ସେ ସିଧାସଳଖ ରାଜନୀତିରେ ନଥିଲେ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ,ଜାନକୀବର୍ଲଭ ପଟ୍ଟନାୟକଙ୍କ ସହ ବିଜେଡି ସରକାରରେ ମଧ୍ୟ ଧୀର୍ଘବର୍ଷ ପ୍ରସାଶକ ଭାବରେ କାଯ୍ୟ କରିଛନ୍ତି। କଂଗ୍ରେସରେ ତାଙ୍କର ଯୋଗଦାନ ନିଶ୍ଚିନ୍ତ ରୂପରେ ଦଳ ପାଇଁ ଶୁଭଙ୍କର ହେବ। ଏହା ଦ୍ଵାରା କଂଗ୍ରେସକୁ ଅଧିକ ସମର୍ଥ ମିଳିବା ସହ କାମ କରିଵାରେ ସୁବିଧା ହେବା।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିଗିଡି ଯାଇଛି ବୋଲି କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ଜୟଦେବ ଜେନା। ସେ କହିଛନ୍ତି ଆଇନ ଶୃଙ୍ଖଳା ବିଗିଡି ଯିବାର ମୁଖ୍ୟ ଉଦାହରଣ ହେଉଛି ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା। ରାଜ୍ୟରେ ଉଭୟ ବିଜେଡି ସରକାର ଏବଂ ବିଜେପି ଦଳ ଆଉ ତିଷ୍ଠି ପାରିବ ନାହିଁ। ବିକଳ୍ପ ଭାବରେ ରାଜ୍ୟବାସୀ କଂଗ୍ରେସକୁ ଭୋଟ ଦେବେ। ପୋଲିସ ଗୁଳିରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଓଡିଶା ରାଜ୍ୟ ଇତିହାସରେ ପ୍ରଥମ। ଅଭିଯୁକ୍ତକୁ ଗୁଜୁରାଟ ନେଵା ନାର୍କୋ ଟେଷ୍ଟ କରାଯାଇଛି। କିନ୍ତୁ ସେହି ଟେଷ୍ଟର ତଥ୍ୟ କୋଟରେ ଉପସ୍ଥାପନା ଆଇନସଂମତ ନୁହେଁ… ତେଣୁ ଏହି ଘଟଣାରେ ଗୋପାଳ ଦାସଙ୍କୁ ଖସେଇ ଦିଆଯିବାକୁ ଯୋଜନା ହେବା ସହ ରାଜ୍ୟସରକାର ନିଜ ମୁଣ୍ଡରୁ ଦୋଷ ତୁଟାଇ ଦେବାକୁ ପ୍ରୟାସ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା।