ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍ ତାହାର କାୟା ବିସ୍ତାର କରିବାରେ ଲାଗିଛି l ବିଶ୍ୱରେ ଲକ୍ଷ ଲକ୍ଷ ଲୋକ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି l ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ ବହୁମାତ୍ରାରେ କବଳିତ l ଆମ ଦେଶ ଭାରତରେ ମଧ୍ୟ ଏହି ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି l ଏହି ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ ଦେଶରେ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଥିଲେ l କିନ୍ତୁ ସମଗ୍ର ଦେଶ ଲକ୍ ଡାଉନ୍ ନିୟମରେ ଥାଇ ମଧ୍ୟ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l
ଯଦି ଦେଶରେ ଲକ୍ ଡାଉନ୍ ନିୟମ ଲାଗୁ କରାଯାଇ ନଥାନ୍ତା ତେବେ ତେବେ ଦେଶରେ ଦେଶରେ ବହୁମାତ୍ରାରେ କରୋନା ଆକ୍ରାନ୍ତ ହୋଇଥାନ୍ତେ ବୋଲି ଅନୁମାନ କରାଯାଉଛି l ଏହି ଲକ୍ ଡାଉନ୍ ଯୋଗୁଁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ମୁତାବକ ଦେଶରେ ଆଜି ସକାଳ ସୁଦ୍ଧା ଭାରତରେ 29435 ଜଣ ଆକ୍ରାନ୍ତ ହୋଇଛନ୍ତି l ସେହପରି ସମଗ୍ର ଦେଶରେ 934 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି l ଆଶ୍ୱାସନା ର ବିଷୟ ଏହିକି ଯେ ଦେଶରେ ଏପର୍ଯ୍ଯନ୍ତ 6868 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ସେପଟେ ଦେଶର ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ କରୋନା ଜନିତ ଆକ୍ରାନ୍ତ ହୋଇଥିବା ବେଳେ 369 ଜଣଙ୍କ ମୃତ୍ୟୁ ହୋଇଛି l