ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 118କୁ ବୃଦ୍ଧି

0

ଆଜି ରାଜ୍ୟରେ ଆଉ 7 ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି l ଏହି 7 କରୋନା ପଜେଟିଭ ମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 118 କୁ ବୃଦ୍ଧି ପାଇଛି l ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଏହି 7 କରୋନା ସଂକ୍ରମିତ ଙ୍କ ମଧ୍ୟରେ 4 ଜଣ ସୁନ୍ଦରଗଡ଼ ଜିଲ୍ଲା ର ହୋଇଥିବା ବେଳେ ଆଉ 3 ଜଣ ଭଦ୍ରକ ଜିଲ୍ଲା ର ବୋଲି ଜଣାପଡିଛି l ସୁନ୍ଦରଗଡ଼ ଜିଲ୍ଲା ର ଏହି 4 ଜଣ ଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ରେ ପହଁଞ୍ଚିଛି l ଏହି 4 ଆକ୍ରାନ୍ତ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି l ଏହି 4 ଜଣ ସମସ୍ତେ ରାଉଲକେଲା ର ନାଲା ରୋଡର ବାସିନ୍ଦା l ସେପଟେ ଭଦ୍ରକର ଏହି 3 କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 19 କୁ ବୃଦ୍ଧି ପାଇଛି l ଏହି 3 ଜଣ ଙ୍କ ମଧ୍ୟରୁ ଦୁଇ ଜଣ ବାସୁଦେବପୁର ବ୍ଲକ୍ ର ବାସିନ୍ଦା ହୋଇଥିବା ବେଳେ ଜଣେ ବନ୍ଥ ବ୍ଲକ୍ ର ବାସିନ୍ଦା l ଏହି 3 ଜଣ ଆକ୍ରାନ୍ତ ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ 45,29,28 ରହିଛି l ଏମାନଙ୍କର ପଶ୍ଚିମ ବଙ୍ଗ ଲିଙ୍କ ଅଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

Leave A Reply

Your email address will not be published.