କରୋନାଙ୍କୁ ପରିହାସ କରୁଛନ୍ତି, ସେମାନେ ଜାଣିବା ଉଚିତ ଯେ ପରିମଳ କ୍ଷେତ୍ରରେ ଇଟାଲୀ ଆମଠାରୁ 100 ବର୍ଷ ଆଗରେ ଏବଂ ଆମେରିକା ଆମଠାରୁ 150 ବର୍ଷ ଆଗରେ ଅଛି । ତଥାପି ଇଟାଲୀରେ 4658 ଜଣ ଏବଂ ଆମେରିକାରେ 130 ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଈଶ୍ବରଙ୍କୂ ଧନ୍ୟବାଦ! ବର୍ତ୍ତମାନ ଏହି ଭାଇରସ୍ କେବଳ ଭାରତରେ ଧନୀ ଶ୍ରେଣୀରେ ଅଛି… ଯଦି ନିମ୍ନ ଶ୍ରେଣୀ ଏବଂ ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରେ, ତେବେ ପରିସ୍ଥିତି ଭୟଙ୍କର ହେବ ।
ଭୁଲନ୍ତୁ ନାହିଁ ଯେ ସାଧାରଣ ଡେଙ୍ଗୁ ମଧ୍ୟ ଆମ ଦେଶରେ ମହାମାରୀ ହୋଇଯାଏ କାରଣ ସିଷ୍ଟମ୍ ନିଜେ ଖରାପ । ଏବେ କିନ୍ତୁ କାହିଁକି ଆମେ କେବଳ ସିଷ୍ଟମକୁ ଦାୟୀ କରିବା ବା ଦୋଷ ଦେବା । ଆମେ ଆମର ଦାୟିତ୍ବକୁ କେଉଁଠାରେ ପୂରଣ କରୁଛୁ?
ଏହି ରୋଗର ନିରାକରଣ ପାଇଁ ସଫା ସୁତୁରା କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିବା ବେଳେ ସାବଧାନ ରୁହନ୍ତୁ । ଆପଣ କେବେ ଦେଖିବାକୁ ଏବଂ ଶୁଣିବାକୁ ପାଇଛନ୍ତି କି ଦେଶ ଦେଶ ମଧ୍ୟରେ ଥିବା ସୀମା ପଥ ତାଲା ପକାଇ ଦେବା କଥା । ଏବେ ତାହା ହେଉଛି । ଏଥିରୁ ଅନୁମାନ କରନ୍ତୁ ଯେ ପରିସ୍ଥିତି କିଭଳି ଭୟଙ୍କର ଅବସ୍ଥାରେ ପହଞ୍ଚିଲାଣି ।
ସବୁବେଳେ ମନେରଖିବାକୁ ହେବ ଯେ: ସରକାର କେବେ ବି ଖୋଲାଖୋଲି ଭାବେ ବିପଦ ବିଷୟରେ କୁହନ୍ତି ନାହିଁ ଯାହାଦ୍ୱାରା ଭୟ କିମ୍ବା ଭୟ ସୃଷ୍ଟିର ସମ୍ଭାବନା ନ ଥାଏ, କିନ୍ତୁ ବ୍ୟବସ୍ଥାକୁ ଦେଖିଲେ ଜଣେ ଅନୁମାନ କରିବା ଉଚିତ୍ ଯେ ବିପଦ କେତେ ବଡ଼!
ଆପଣ ଯଥାସମ୍ଭବ ନିଜର ଯତ୍ନ ନିଅନ୍ତୁ । କରୋନା ବିପଦକୁ ଦୂର କରନ୍ତୁ ।