ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ର ସୂଚନା ମୁତାବକ ଆଜି ରାଜ୍ୟରେ ଆଉ ନୂଆ 7 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଏହି 7 ଜଣ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 68 କୁ ବୃଦ୍ଧି ଘଟିଛି l ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ 10641 ଟି ନମୂନା ପରୀକ୍ଷା କରାଯାଇଥିଲା ଏଥି ମଧ୍ୟରୁ 10573 ଜଣ ଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ 68 ଜଣଙ୍କ ରିପୋର୍ଟ ପଜେଟିଭ୍ ଆସିଛି l ରାଜ୍ୟରେ 68 କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି l
7 New Positive Cases of #Covid19 found in #Odisha
5 new Positive Cases From Bhadrak.
2 new Positive Cases From Balasore.
Total no of cases detected: 68
Contact tracing and follow up action is being done.
— I & PR Department, Odisha (@IPR_Odisha) April 20, 2020