ନିୟମ ଭାଙ୍ଗିଲେ, ଦର୍ଶନ କଲେ ଆଉ ଫସିଲେ

0

ଲକ୍ ଡାଉନ୍ ସମୟରେ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ ନକରିବାକୁ କଟକଣା ଲାଗୁ କରାଯାଇଥିଲା l କିନ୍ତୁ ଖୋଦ୍ ପୋଲିସ ବାବୁ ଏହାର ଖୁଲମଖୁଲା ନିୟମ ଉଲଙ୍ଘନ କରି ପଶିଛନ୍ତି l ଉକ୍ତ ପୋଲିସ ବାବୁ ଜଣକ ବଡଚଣା ଆଇ ଆଇ ସି ବୋଲି ଜଣାପଡିଛି l ସେ ଗତକାଲି ସନ୍ଧ୍ୟା ସୁଦ୍ଧା ତାଙ୍କ ପତ୍ନୀ ଏବଂ ଦୁଇ ଝିଅ ସହିତ ଜଗନ୍ନାଥ ଦର୍ଶନ କରିବା ପାଇଁ ଶ୍ରୀ ମନ୍ଦିର ଯାଇଥିଲେ l ଏହି ଖବର ଜଣାପଡିବା ପରେ ସିଂହଦ୍ଵାର ପୋଲିସ ତାଙ୍କୁ ଅଟକ ରଖିଥିଲା l ପ୍ରଥମେ ଶ୍ରୀ ମନ୍ଦିରର ଦକ୍ଷୀଣ ଦ୍ଵାର ନିକଟରେ ଡ୍ୟୁଟି ରେ ଥିବା ପୋଲିସ ହାବିଲଦାର ତାଙ୍କୁ ବାରଣ କରିଥିଲେ l କିନ୍ତୁ ହାବିଲଦାର ଙ୍କ ବlରଣ ସତ୍ତ୍ୱେ ମଧ୍ୟ ପୁରା ପରିବାର ଦର୍ଶନ ପାଇଁ ଯାଇଥିଲେ l ସିଂହଦ୍ଵାର ଥାନାରେ ହାବିଲଦାର ଜଣକ ଏତଲା ଦେବା ପରେ ସିଂହଦ୍ଵାର ଥାନା ମାମଲା ରୁଜୁ କରିଛି l କେଉଁ ସେବାୟତ ସେମାନଙ୍କୁ ନେଇ ଦର୍ଶନ ପାଇଁ ଯାଇଥିଲେ ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି l ଡ୍ୟୁଟି ରେ ଥିବା ହାବିଲଦାର ଙ୍କ କହିବା ଅନୁସାରେ ସେ ବଡଚଣା ଥାନା ଆଇ ଆଇ ସି ଙ୍କୁ ବାହୁତ ବlରଣ କରିଥିଲେ କିନ୍ତୁ ପୋଲିସ ବାବୁ ଜଣକ ନମାନି ଜବରଦସ୍ତ ପ୍ରବେଶ କରିଥିଲେ l ଫଳରେ ନିଜ ପରିବାର ସହ ଶ୍ରୀ ମନ୍ଦିରକୁ ପ୍ରବେଶ କରିଥିବା ଘଟଣାରେ ବଡ଼ଚଣା ଥାନା ଅଧିକାରୀ ଙ୍କୁ ପୋଲିସ ମହା ନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି l

Leave A Reply

Your email address will not be published.