ଆମେରିକାରେ କରୋନା ଖେଳାଉଛି ମୃତ୍ୟୁର ତାଣ୍ଡବ

0

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତ ରାଷ୍ଟ୍ର ଆମେରିକାରେ ମୃତ୍ୟୁ ର ତାଣ୍ଡବ ଖେଳାଉଛି ମହାମାରୀ କରୋନା ଭାଇରସ୍ l କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ଯା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଜନ୍ସ ହପକିନ୍ସ ବିଶ୍ଵ ବିଦ୍ୟାଳୟ ର ରିପୋର୍ଟ ଅନୁସାରେ ଯୁକ୍ତ ରାଷ୍ଟ୍ର ଆମେରିକାରେ କରୋନା ଜନିତ ମୃତ୍ୟୁ 40 ହଜାର ଅତିକ୍ରମ କରିଛି l ସୋମବାର ସକାଳ ସୁଦ୍ଧା ଯୁକ୍ତ ରାଷ୍ଟ୍ର ଆମେରିକାରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 59 ହଜାର 687 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ଯା 40 ହଜାର 682 ରେ ପହଁଞ୍ଚିଛି l ଯୁକ୍ତ ରାଷ୍ଟ୍ର ଆମେରିକାର ନ୍ୟୁୟର୍କ୍ ସହର ଅଧିକ ପ୍ରଭାବିତ ହୋଇଛି l ନ୍ୟୁୟର୍କ ସହରରେ 2ଲକ୍ଷ 48 ହଜାର 417 ଜଣ ଆକ୍ରାନ୍ତ ହୋଇଥିବା ବେଳେ 18 ହଜାର 298 ଜଣ ପ୍ରାଣ ହରାଇଛନ୍ତି l ସେହିପରି ଯୁକ୍ତ ରାଷ୍ଟ୍ର ଆମେରିକାର ଅନ୍ୟତମ ସହର ନ୍ୟୁଜର୍ସୀରେ 85 ହଜାର 301 ଜଣ ଆକ୍ରାନ୍ତ ହୋଇଥିବା ବେଳେ 4362 ଜଣ ମୃତ୍ୟ ବରଣ କରିଛନ୍ତି l ଏହା ସହ ଯୁକ୍ତ ରାଷ୍ଟ୍ର ଆମେରିକାର ବିଭିନ୍ନ ସହରରେ ଅନେକ ଗୁଡିଏ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି l

Leave A Reply

Your email address will not be published.