ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 17000 ଟପିଲା

0

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିଘଟି 17265 ରେ ପହଁଞ୍ଚିଛି l ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆକ୍ରାନ୍ତଙ୍କ ମଧ୍ୟରୁ 543 ଜଣ ଆକ୍ରାନ୍ତଙ୍କ ମୃତ୍ଯ ହୋଇଥିବା ବେଳେ 2546 ଜଣ ସୁସ୍ଥ ହୋଇଛନ୍ତି l ସେପଟେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 4203 ରେ ପହଂଚିଥିବା ବେଳେ 223 ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି l ସୁସ୍ଥ ଙ୍କ ସଂଖ୍ୟା 507 ରେ ପହଁଞ୍ଚିଛି l ସେହିପରି ଗୁଜୁରାଟ୍ ରେ 63 ଜଣ ପ୍ରାଣ ହରାଇଥିବା ବେଳେ 105 ଜଣ ସୁସ୍ଥ ହୋଇଛନ୍ତି l ସେହପରି ଆକ୍ରାନ୍ତଙ୍କ ସଂଖ୍ୟା 1743 ରହିଥିବା ବେଳେ ଦିଲ୍ଲୀରେ 2003 ଜଣ ଆକ୍ରାନ୍ତ ହୋଇଛନ୍ତି ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 45 ଥିବା ବେଳେ ସୁସ୍ଥ ଙ୍କ ସଂଖ୍ୟା 72 ରେ ପହଁଞ୍ଚିଛି l ରାଜସ୍ଥାନ ରେ 183 ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1743 ଏବଂ ମୃତକଙ୍କ ସଂଖ୍ଯା 14 l ମଧ୍ୟ ପ୍ରଦେଶରେ ମୃତକଙ୍କ ସଂଖ୍ଯା 70 ଥିବା ବେଳେ 1407 ଜଣ ଆକ୍ରାନ୍ତ ହୋଇଛନ୍ତି l ସୁସ୍ଥ ବ୍ୟକ୍ତି ଙ୍କ ସଂଖ୍ୟl 127 ଥିବା ବେଳେ ତାମିଲନାଡ଼ୁରେ 411 ଜଣ ସୁସ୍ଥ ହୋଇଛନ୍ତି l ଏବଂ 1477 ଜଣ ଆକ୍ରାନ୍ତ ହୋଇଛନ୍ତି l ସେହପରି 15 ଜଣ ପ୍ରାଣ ହରାଇଛନ୍ତି l ଆନ୍ଧ୍ର ପ୍ରଦେଶ ରେ 15 ଜଣ କରୋନା ରେ ପ୍ରାଣ ହରାଇଥିବା ବେଳେ 646 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି l 42 ଜଣ ସୁସ୍ଥ ହୋଇଛନ୍ତି l ଉତ୍ତର ପ୍ରଦେଶ ରେ 108 ଜଣ ସୁସ୍ଥ ହୋଇଥିବା ବେଳେ 1084 ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ 17 ଜଣ ପ୍ରାଣ ହରାଇଛନ୍ତି l

Leave A Reply

Your email address will not be published.