ଆଇପିଏଲ୍ ୨୦୨୨: ନୂତନ ଫ୍ରାଞ୍ଚାଇଜ୍ ଅହମ୍ମଦାବାଦର ନାମ ଘୋଷଣା ଶେଷ; ଦଳର ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

0

ଦୀର୍ଘ ଦିନ ଧରି ଅହମ୍ମଦାବାଦ ଟିମର ନାମକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଯାହାର ପରିସମାପ୍ତି ଘଟିଛି। ତେବେ ଆନୁଷ୍ଠାନିକ ଭାବରେ ଏହି ଦଳର ନାମ ‘ଗୁଜୁରାଟ ଟାଇଟାନ୍ସ’ ରଖାଯାଇଛି। ଟିମ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ ରେ ୧୦ଟି ଟିମ୍  ଖେଳୁଥିବା ଦେଖାବାର ମିଳିବ। ଏଥର ଲକ୍ଷ୍ନୌ ଏବଂ ଅହମ୍ମଦାବାଦରେ ଦୁଇଟି ନୂତନ ଫ୍ରାଞ୍ଚାଇଜ୍ ଯୋଡା ଯାଇଛି | ଏହାରି ଭିତରେ ନୂତନ ଫ୍ରାଞ୍ଚାଇଜ୍ ଅହମ୍ମଦାବାଦ ତାର ନୂତନ ନାମ ଘୋଷଣା କରିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ଦଳର ଅଧିନାୟକ ହେବେ। ଏଥି ସହିତ ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ଏହି ଦଳର ମୁଖ୍ୟ ପ୍ରଶିକ୍ଷକ ହେବେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଶୁଭମାନ ଗିଲ ଏବଂ ରସିଦ ଖାନ ଏହି ଦଳରେ ଯୋଗ ଦେଇସାରିଛନ୍ତି। ସେହିଭଳି ଲକ୍ଷ୍ନୌ ଦଳର ନାମ ପୂର୍ବରୁ ଘୋଷଣା ହୋଇସାରିଛି। କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଦଳର ନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ରଖାଯାଇଛି। ଦଳର କୋଚ୍ ହେଉଛନ୍ତି ପୂର୍ବତନ ଓପନର୍ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର।

ସୂଚନାଯୋଗ୍ୟ ଯେ ଫେବୃଆରୀ ୧୨ ଏବଂ ୧୩ ରେ ଆଇପିଏଲର ମେଗା ଆକ୍ସନ ହେବ। ଏହାପୂର୍ବରୁ ନୂଆ ଫ୍ରାଞ୍ଚାଇଜ୍ ଅହମ୍ମଦାବାଦ ନିଜ ଦଳ ଘୋଷଣା କରିଛି। ଦଳର ନାମ ଘୋଷଣା ସମୟରେ କ୍ୟାପଟେନ ହାର୍ଦିକ ଏବଂ କୋଚ ନେହେରା ଉପସ୍ଥିତ ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଆଫଗାନିସ୍ତାନର ସ୍ପିନର ରସିଦ ଖାନ ଏବଂ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ ମଧ୍ୟ ଦଳରେ ଅଛନ୍ତି। ଅନ୍ୟପକ୍ଷରେ, ଲକ୍ଷ୍ନୌ ଟିମରେ, କେ.ଏଲ୍ ରାହୁଲଙ୍କ ବ୍ୟତୀତ ଅଲରାଉଣ୍ଡର ମାର୍କ୍ସ ଷ୍ଟୋନିସ୍ ଏବଂ ଯୁବ ସ୍ପିନର ରବି ବିଷ୍ଣୁ ଦଳରେ ଅଛନ୍ତି।

ଚଳିତ ବର୍ଷ ଆଠଟି ବଦଳରେ ଦଳ ମୋଟ ୧୦ଟି ଟିମ ଆଇପିଏଲରେ ଖେଳିବେ | ଗତ ବର୍ଷ ଅକ୍ଟୋବର ୨୫ ରେ ବିସିସିଆଇ ଆଇପିଏଲ୍ ପାଇଁ  ଦୁଇଟି ନୂତନ ଦଳ ଘୋଷଣା କରିଥିଲା। ଲକ୍ଷ୍ନୌ RPSG ଭେଞ୍ଚର୍ସ ଲିମିଟେଡ୍ ୭୦୯୦ କୋଟିରେ ଏବଂ ଅହମ୍ମଦାବାଦକୁ ସିବିସି କ୍ୟାପିଟାଲ୍ ୫୬୨୫ କୋଟିରେ କିଣିଛି |

 

Leave A Reply

Your email address will not be published.