ଦିଲ୍ଲୀ-ଏନସିଆରରେ ମଧ୍ୟବର୍ତ୍ତୀକାଳୀନ ବର୍ଷା; ୟେଲୋ ୱାର୍ଣିଂ ଜାରି

0

ଦିଲ୍ଲୀ-ଏନସିଆରରେ ମଧ୍ୟବର୍ତ୍ତୀକାଳୀନ ବର୍ଷା ଆରମ୍ଭ ହୋଇଯାଇଛି। ଏହା ସହିତ ହାଲୁକା ପବନ ମଧ୍ୟ ପ୍ରବାହିତ ହେଉଛି। ବର୍ଷା ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁଯାୟୀ ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି।

ତେବେ ସୂଚନା ଯେ, ବୁଧବାର ରାଜଧାନୀ ଦିଲ୍ଲୀରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି। ଏହା ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ। ଫେବୃଆରୀ ୧୦ ରୁ ଥଣ୍ଡା ବଢିବ ବୋଲି ଆଶା କରାଯାଉଛି, ସକାଳ ଏବଂ ସନ୍ଧ୍ୟାରେ ଥଣ୍ଡା ଲାଗିବ | ପାଗ ସଫା ହେବା ପରେ ସର୍ବନିମ୍ନ ତାପମାତ୍ରା ପୁଣି ଥରେ ୮ ଡିଗ୍ରୀକୁ ଓହ୍ଲାଇବ ଏବଂ ଫେବୃଆରୀ ୧୪ ପର୍ଯ୍ୟନ୍ତ ଏହା ରହିବ | ଫେବୃଆରୀ ୧୪ ରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.