ରାଜଧାନୀରେ ଦମ୍ପତ୍ତିଙ୍କୁ ଛୁରାମାଡ଼

0

ଓଡ଼ିଆ ନ୍ୟୁଜ୍: ରାଜଧାନୀରେ ନିଶାଶକ୍ତ ଯୁବକଙ୍କ ଉନ୍ମତ କାଣ୍ଡ। ସାମାନ୍ୟ ବଚସାକୁ ନେଇ ଦମ୍ପତ୍ତିଙ୍କୁ ଛୁରାମାଡ଼ । ସଂଧ୍ୟା ୫ଟା ସମୟରେ ସାଇନସ୍ ପାର୍କ ବସ୍ତିରେ ଛୁରାମାଡ ହୋଇଛି । ବସ୍ତିର ଜନ୍ମଜୟ ନାୟକ ନାମକ ଯୁବକ ଶାନ୍ତିଭୂଷଣ ନାୟକ ଓ ତାଙ୍କ ପତ୍ନୀ ନିରୁପମା ନାୟକଙ୍କୁ ଛୁରାମାଡ଼ କରିଥିବା ଜଣାପଡିଛି ।

ଶାନ୍ତିଭୂଷଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ନିରୁପମାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସହିଦନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.