ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର

0

ଓଡ଼ିଆ ନ୍ୟୁଜ୍: ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଏମ୍‌ଡି ସାମଦ ଆହତ । ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ସାମଦର ବାମ ଗୋଡ଼ରେ ବାଜିଛି ଗୁଳି । ଗତକାଲି ଜଣେ ଯୁବକଙ୍କୁ ହତ୍ୟା କରିଥିଲା ସାମଦ । ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ସେମାନେ ଗୁଳିଚାଳନା କରିଥିଲେ । ପୋଲିସର ପାଲଟା ଗୁଳିରେ ଆହତ ହୋଇଛି ସାମଦ । ଏହି ଘଟଣାରେ ସାମଦର ଭାଇ ଓ୍ବାସିମ ଫେରାର ଅଛି । ଘଟଣାସ୍ଥଳରୁ ପୋଲିସ ଗୋଟିଏ ପିସ୍ତଲ, ୩ଟି ଖୋକା ଓ ଗୋଟିଏ ବାଇକ ଜବତ କରିଛି । ଏନକାଉଣ୍ଟର ପରେ ଆହତ ଅଭିଯୁକ୍ତକୁ ଭୀମସାରରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.