ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଟାଣିନେଲା କୁମ୍ଭୀର, କ୍ୟାମେରାରେ କଏଦ ହେଲା ଖାଉଥିବାର ଦୃଶ୍ୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ନଦୀକୁ ଶୌଚ ହେବାକୁ ଯାଇ ଚାଲିଗଲା ମହିଳାଙ୍କ ଜୀବନ। ନଦୀ କୂଳରେ ଲୁଗା ସଫା କରୁଥିବା ବେଳେ ହଠାତ ନଦୀ ମଝିକୁ ଟାଣି ନେଇଥିଲା ମଣିଷ ଖିଆ କୁମ୍ଭୀର। ଯାଜପୁର ବରୀ ଅମଠପୁର ନିକଟରେ ଆଜି ଏଭଳି ଏକ ଅଘଟଣ ଘଟିଛି। ଖବର ପାଇ ଅଗ୍ନିଶମ ଅଧିକାରୀ ଘଟଣା ସ୍ଥଳରେ ମହିଳା ଗୋଡ଼ ଓ ମୁଣ୍ଡ ବିହୀନ ମୃତ ଦେହ କୁ ଉଦ୍ଧାର କରିଛି। ପ୍ରଶାସନ ଓ ସ୍ଥାନୀୟ ବିଧାୟିକା ଘଟଣା ସ୍ଥଳରେ ପହଞ୍ଚି ମୃତକ ଙ୍କ ପରିବାର କୁ ସାନ୍ତ୍ୱନା ଦେବା ସହିତ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ମହିଳା ଙ୍କୁ ନଈ ମଝିକୁ ଟାଣି ନେଲା କୁମ୍ଭୀର। ନଦୀ କୁ ଶୌଚ ହେବାକୁ ଯାଇ ନଦୀ କୂଳରେ ଲୁଗା ସଫା କରୁଥିବା ବେଳେ ଏଭଳି ଅଘଟଣ ଘଟିଛି। ବରୀ ବ୍ଲକ ଅମଠପୁର ପାଲଟପୁର ବିରୂପା ନଦୀରେ ଏଭଳି ଅଘଟଣ ଘଟିଛି। ମୃତକ ମହିଳା ଜଣକ ହେଲେ ଅନାମ ଜେନା ଙ୍କ ପତ୍ନୀ ଜ୍ୟୋତ୍ସ୍ନା। ଆଜି ସକାଳେ ଏହି ଅଘଟଣ ଘଟିବା ପରେ ସମଗ୍ର ଅଞ୍ଚଳରେ ଚହଳ ପଡି ଯାଇଥିଲା।

ଗ୍ରାମବାସୀ ଏ ସମ୍ପର୍କରେ ଅଗ୍ନିଶମ ଓ ଓଡ୍ରାଫ ଟିମ କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ନଦୀରୁ ଜ୍ୟୋତ୍ସ୍ନା ଙ୍କ ମୁଣ୍ଡ ଓ ଗୋଟିଏ ଗୋଡ଼ ବିହୀନ ମୃତ ଦେହ କୁ ଉଦ୍ଧାର କରିଥିଲେ। ପରିବାର ର ଏକ ମାତ୍ର ସକ୍ଷମ ବ୍ୟକ୍ତି ଥିଲେ ଜ୍ୟୋତ୍ସ୍ନା। ଶାଶୁ ଓ ଶ୍ବଶୁର ଶଯ୍ୟାଶାୟୀ ଥିବା ବେଳେ ସ୍ୱାମୀ ଜଣେ ପୋଲିଓ ଆକ୍ରାନ୍ତ । ଘରେ ଦୁଇଟି ଶିଶୁ ଅଛନ୍ତି। ଏଭଳି ପରିସ୍ଥିତି ରେ ଜ୍ୟୋତ୍ସ୍ନା ଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ସେପଟେ ଘଟଣା ସ୍ଥଳରେ ବରୀ ତହସିଲଦାର ଓ ବରୀ ବିଧାୟିକା ପହଂଚି ମୃତକ ଙ୍କ ପରିବାର ଙ୍କୁ ସମବେଦନା ଜଣାଇବା ସହିତ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି।

ଗତ ବନ୍ୟା ରେ ଏହି କୁମ୍ଭୀର ଚାଲି ଆସିଥିବା ଅନୁମାନ କରାଯାଉଛି। ଏଭଳି ଘଟଣା ପୂର୍ବରୁ ହେଉଥିଲେ ହେଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ରୁ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି।

Leave A Reply

Your email address will not be published.