ମଦ ବ୍ୟବସାୟୀଙ୍କୁ କାନ ଧରି ବସ ଉଠ କରାଇଲେ ନନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚୋରା ମଦ ବ୍ୟବସାୟୀ ଙ୍କୁ ସାବଡ କଲେ ନନା । ମଦ ବ୍ୟବସାୟୀ ଙ୍କୁ କାନ ଧରି ବସ ଉଠ କରାଇଲେ ନନା । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ନୀଳଗିରି ଗୋପୀନାଥ ପୁର ଷ୍ଟେସନ ଠାରେ ଏବେ ଚୋରା ବେପାରୀଙ୍କ ଆଡ୍ଡା ସ୍ଥଳ ପାଲଟିଛି।ଖୁଲମ ଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ସହ ଜୁଆ ଖେଳ ହେଉଛି।ଏଭଳି ଖବର ବାଲେଶ୍ଵର ସାଂସଦ ଙ୍କ କାନରେ ପଡିଥିଲା।ନିଜସ୍ୱ ଗ୍ରାମ ହୋଇଥିବା ବେଳେ ସେ ଗତକାଲି ରାତିରେ ଫେରିବା ସମୟରେ ହଠାତ ସେହି ଅଞ୍ଚଳକୁ ପଶି ଯାଇଥିଲେ।ମଦ ବେପାରୀ ଓ ପିଉଥିବା ଗାହକ ମାନେ ଘଟଣା ସ୍ଥଳରେ ଛତ୍ରଭଙ୍ଗ ଦେଇଥିଲେ।କିଛି ମଧ୍ୟ ଧରା ପଡ଼ି ଯାଇଥିବା ବେଳେ ତାଙ୍କୁ ସାଂସଦ ଆଉ ଏଭଳି କାର୍ଯ୍ୟ ନକରି ଅନ୍ୟ କାର୍ଯ୍ୟ କରିବାକୁ ତାଗିଦ କରିଥିଲେ ଆଉ କାନ ଧରି ଉଠବସ ମଧ୍ୟ କରାଇ ଥିବା ଦେଖିବାକୁ ମିଳିଛି।ପରେ ନୀଳଗିରି ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଂଚିଥିବାର ଜଣାପଡିଛି।

Leave A Reply

Your email address will not be published.