କୋହଳ ହେଲା କଟକଣା: ଆଜିଠୁ ରାତିରେ ରହିବ କର୍ଫ୍ୟୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ସହରରେ ସ୍ଥିତି ଏବେ ସ୍ଵାଭାବିକ ହେଉଛି। ସହରର ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ ପ୍ରଶାସନ କର୍ଫ୍ୟୁ କୋହଳ ସମୟ ୧୬ ଘଣ୍ଟାକୁ ବୃଦ୍ଧି କରିଛି। ସକାଳ ୫ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ କଟକଣା କୋହଳ ହୋଇଛି। ମାତ୍ର ଏହି ଅଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁକଟକଣା ବଳବତ୍ତର ରହିବ।

ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ। ସେହିପରି ମୋବାଇଲ ଇଣ୍ଟରନେଟ ମଧ୍ୟ ସ୍ୱାଭାବିକ ହୋଇଛି। ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୪ଟି ମାମଲା ରୁଜୁ କରାଯାଇଥିବା ବେଳେ ୯୧ ଜଣଙ୍କୁ ଗିରଫ କରାଯାଇଛି।  ଅନ୍ୟପକ୍ଷରେ ଗୋଷ୍ଠୀ କନ୍ଦଳକୁ ନେଇ ଆଜି ସୁଦ୍ଧା ୨୪ଟି ମାମଲା ରୁଜ୍ଜୁ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ୯୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହେବା ଭୟରେ ଫେରାର ଥିବା ବ୍ୟକ୍ତି ଶୀଘ୍ର ଫେରି ଆସିବାକୁ ଏସପି ପରାମର୍ଶ ଦେଇଛନ୍ତି।

ଭିଡିଓ ଏବଂ ସିସିଟିଭି ଫୁଟେଜ ଯାଞ୍ଚ ପରେ ନି‌େର୍ଦ୍ଦାଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ସେହିଭଳି ଯେଉଁମାନେ ଗୋଷ୍ଠୀ କନ୍ଦଳରେ ସକ୍ରିୟ ଥିଲେ, ସେମାନେ ମଧ୍ୟ ପୁଲିସ ପାଖରେ ହାଜର ହୋଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବା ଉଚିତ ବୋଲି ଏସପି କହିଛନ୍ତି। ଆଗକୁ ଯେମିତି ଏଭଳି ସ୍ଥିତି ନ ଉପୁଜେ, ସେଥିପାଇଁ ୱାର୍ଡ଼ସ୍ତରୀୟ ଅଣୁ ଶାନ୍ତି କମିଟି ଗଠନ କରାଯିବ।

Comments are closed.