ନଭେମ୍ବର ୧୫ରୁ କଟକ ବାଲିଯାତ୍ରା
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନଭେମ୍ବର ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ । ତେବେ ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ସେନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇନି । ପରବର୍ତ୍ତୀ ବୈଠକରେ ବାଲିଯାତ୍ରା ଦିନ ଧାର୍ଯ୍ୟ ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ଚଳିତ ବର୍ଷ ବାଲିଯାତ୍ରାରେ ଟ୍ରାଫିକ୍ ପରିଚାଳନା ଓ ଟଏଲଟ୍ ସମସ୍ୟାକୁ ଗୁରୁତ୍ବ ଦିଆଯାଉଛି।
ଶୃଙ୍ଖଳିତ ଓ ସୁରକ୍ଷିତ ବାଲିଯାତ୍ରା କରାଯିବା ନେଇ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି ।
ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ସେହିପରି ଯାନବାହନ ରଖିବା ପାଇଁ ପାର୍କିଂ ସ୍ଥଳ ଅଧିକ ହେବ । ତେବେ ଏଥର ବାଲିଯାତ୍ରାରେ ଟ୍ରାଫିକ୍ ପରିଚାଳନା ଓ ଟଏଲଟ୍ ସମସ୍ୟାକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯିବ । ଶୃଙ୍ଖଳିତ ଓ ସୁରକ୍ଷିତ ବାଲିଯାତ୍ରା କରାଯିବା ନେଇ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ ।
Comments are closed.