ଧୁମଧାମରେ ହେବ କଟକ କାଳୀପୂଜା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଗକୁ ଆସୁଛି କାଳୀପୂଜା । କାଳୀପୂଜାକୁ ଏଥର ଧୁମଧାମରେ ପାଳନ କରିବା ପାଇଁ ସବୁ ପୂଜା ମଣ୍ଡପ ପ୍ରସ୍ତୁତିରେ ଲାଗିଛନ୍ତି । ବିଶେଷକରି କଟକ ସହର ଦୁର୍ଗପୂଜା ପାଇଁ ଯେତିକି ଚର୍ଚ୍ଚିତ କାଳୀପୂଜା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ । ଚଳିତ ବର୍ଷ କଟକରେ ଧୁମଧାମରେ କାଳୀପୂଜା ପାଳନ ହେବ। ଏନେଇ ଆଜି ଶାନ୍ତି କମିଟି ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ୍ ମିଶ୍ର, ମେୟର ସୁବାଷ ସିଂହ, କଟକ ମହାନଗର ପୂଜା କମିଟି ସାଧାରଣ ସମ୍ପାଦକ ପ୍ରଭାତ ତ୍ରିପାଠୀ ବାରବାଟୀ କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଚୌଦ୍ବାର କଟକ ବିଧାୟକ ସୌଭିକ୍ ବିଶ୍ବାଳଙ୍କ ସମେତ କଟକ ସହରର ସମସ୍ତ ପୂଜା କମିଟିର କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ। ୭୫ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ କାଳୀ।

୨୦୧୯ ଭଳି ଚଳିତବର୍ଷ କାଳୀପୂଜା ଖୁବ ଯାକ ଯମକରେ କଟକରେ ପାଳିତ ହେବ। ଚଳିତମାସ ୨୪ ତାରିଖରୁ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇ ୨୮ ତାରିଖ ପର୍ୟ୍ୟନ୍ତ ଚାଲିବ। ଏହା ପରେ ମା‘ଙ୍କ ଭସାଣିଯାତ୍ରା ହେବ। ଦୁର୍ଗାପୂଜା ଭଳି ମା’ କାଳୀଙ୍କ ଭସାଣି ମଧ୍ୟ ଅନୁଷ୍ଠିତ ହେବ। ସବୁ ମେଢ଼ ଗୁଡ଼ିକ ଦେବୀଗଡା ଠାରେ ବିସର୍ଜନ କରାଯିବ। ତେବେ କାଳୀପୂଜା କୋଭିଡ କାରଣରୁ ଦୀର୍ଘ ଦୁଇବର୍ଷ ଧରି ମଣ୍ଡପ ପୂଜାରେ ବାଧା ଉପୁଜିଥିଲା। କିନ୍ତୁ ଚଳିତବର୍ଷ ଏହାକୁ ଧୁମଧାମରେ ପାଳନ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନେଇ କହିଛନ୍ତି ଶାନ୍ତି କମିଟି ସଭାପତି। ଏଥିପାଇଁ ସମସ୍ତ ପୂଜା କମିଟି ମଧ୍ୟ ଜୋରସୋର ପ୍ରସ୍ତୁତିରେ ଲାଗିଛନ୍ତି । ଦୀର୍ଘ ୨ ବର୍ଷ ପରେ କରୋନା କଟକଣା ନଥିବାରୁ ଏଥର ପ୍ରବଳ ଭିଡ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.