ଏକ ବର୍ଷ ପୂରଣ କରିଛି କଟକ ମହାନଗର ନିଗମ କାଉନସିଲ, ଆଖିଦୃଶିଆ ଉର୍ନତି ହୋଇନଥିବା ଅଭିଯୋଗ ଆଣିଲେ ପରାଜିତ କଂଗ୍ରେସ ପ୍ରାର୍ଥୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କଟକ ମହାନଗର ନିଗମ କାଉନସିଲ ଏକ ବର୍ଷ ପୂରଣ କରିଛି। କିନ୍ତୁ କଟକ ସହରରେ ଆଖିଦୃଶିଆ ଉନ୍ନତି ହୋଇ ପାରି ନ ଥିବା କହିଛନ୍ତି ପରାଜିତ ମେୟର ପ୍ରାର୍ଥୀ ତଥା କଂଗ୍ରେସ ନେତ୍ରୀ ଗିରିବାଳା ବେହେରା। ସିଏମସିର ସମସ୍ତ କଂଗ୍ରେସ କର୍ପୋରେଟରଙ୍କ ସହିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, କଟକ ସହରରେ ହକି ବିଶ୍ୱକପ ବାହାନାରେ କୋଟି କୋଟି ଟଙ୍କା ଘୋଟଲା ହୋଇଛି। ସେହିପରି ବାଲିଯାତ୍ରା ଆୟୋଜନ କରି ଦୁର୍ନୀତି ହୋଇଛି। ସେହିପରି ମେୟର ରାଜ୍ୟସଭାରେ ଥିବା ବେଳେ ଗଡ଼ଖାଇର ପୁନରୁଦ୍ଧାର ପାଇଁ ଦାବି କରି ଥିବା ବେଳେ ମେୟର ହୋଇ ଗଡ଼ଖାଇ ପୋତି ନିଜ କ୍ୱାଟରକୁ ରାସ୍ତା କରିଛନ୍ତି। ସେହିପରି ପଙ୍କ ଉଦ୍ଧାର କାର୍ଯ୍ୟ ସଠିକ ଭାବରେ ହୋଇ ନ ଥିବା ବେଳେ ରାସ୍ତାରେ ଟାଇଲ ବିଛାଇ ଟଙ୍କା ହରିଲୁଟ ଚାଲିଛି।

ଆଗାମୀ ଦିନରେ ସିଏମସି କାଉନସିଲ ବୈଠକରେ ଏ ନେଇ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯିବ ବୋଲି କର୍ପୋରେଟରମାନେ କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀଙ୍କ ଏହା କେବଳ ବିରୋଧ କିନ୍ତୁ କଟକ ସହରରେ ଗତ ଏକ ବର୍ଷ ମଧ୍ୟରେ ଜୁଡିସିଆଲ ଏକାଡେମୀରୁ ବିଜୁ ପଟ୍ଟନାୟକ ପାର୍କ ପର୍ଯ୍ୟନ୍ତ ଛ ଲେନ ରାସ୍ତା, ତାଳଦଣ୍ଡା କେନାଲର ପୁନଃରୁଦ୍ଧାର ,ଗଡ଼ଖାଇ ସୌନ୍ଦର୍ଯ୍ୟକରଣ, ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରାପ୍ତ ହୋଇ ପରିଥିବା ସିଏମସି ମେୟର ସୁବାସ ସିଂ କହିଛନ୍ତି।

Leave A Reply

Your email address will not be published.