ଓଡ଼ିଆ ନ୍ୟୁଜ୍: କଟକ ସହରରେ ଅଶାନ୍ତି ସୃଷ୍ଟି ଘଟଣାରେ ୮ ଜଣ ଗିରଫ।ସୂଚନା ଦେଲେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ।ଅଶାନ୍ତି ସୃଷ୍ଟି, ଭଙ୍ଗାରୁଜା, ପୋଲିସକୁ ଆକ୍ରମଣ ଘଟଣାରେ ଗିରଫକଟକ ସହରରେ ଅଶାନ୍ତି ସୃଷ୍ଟି କରିଥିବା ଘଟଣାରେ ୮ ଜଣଙ୍କୁ ସୋମବାର ଗିରଫ କରିଛି ପୋଲିସ। ଏନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଭସାଣି ସମୟରେ ଅଶାନ୍ତି ସୃଷ୍ଟି କରି ଭଙ୍ଗାରୁଜା ଏବଂ ପୋଲିସକୁ ଆକ୍ରମଣ କରିବା ଘଟଣାରେ ଏମାନେ ଗିରଫ ହୋଇଛନ୍ତି।
କଟକ ହିଂସାକୁ ନେଇ ଆଡଭାଇଜରୀ ଜାରି କରିଛି ପୋଲିସ। ସୋସିଆଲ ମିଡିଆରେ କୈଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରିବା ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି।