ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଢିଲା ହୋମଗାର୍ଡଙ୍କ ଦୈନିକ ଭତ୍ତା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହୋମଗାର୍ଡଙ୍କ ଦୈନିକ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗୁରୁବାର ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ହୋମ୍ ଗାର୍ଡଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା ଦୈନିକ ୪୨୩ ଟଙ୍କାରୁ ୫୫୩ ଟଙ୍କାକୁ ବୃଦ୍ଧି କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସରକାର ହୋମଗାର୍ଡଙ୍କ ଦୈନିକ ଭତ୍ତା ବଢ଼ାଇଛନ୍ତି । ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ୨୦୨୩ ଏପ୍ରିଲ୍ ୧ରୁ ଲାଗୁ ହେବ । ନିର୍ଦ୍ଦେଶ ପ୍ରକାରେ ବର୍ଦ୍ଧିତ ଦୈନିକ ଭତ୍ତା ମୁତୟନ କରିଥିବା ସଂସ୍ଥା ପ୍ରଦାନ କରିବ ।
ମେ ୩୦ରେ ବରୀ ଥାନା ଅନ୍ତର୍ଗତ ଔପଦାର ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପହଞ୍ଚିବା ପରେ ବି ପରିବାରକୁ ଚଳାଇବା ଲାଗି ବେତନ କମ୍ ପଡ଼ୁଥିବା ଲେଖିବା ସହ କରିଥିଲେ ମୃତ୍ୟୁ ଭିକ୍ଷା।