ଓଡ଼ିଶାରେ ପହଞ୍ଚିଲା ବିଜୁ ବାବୁଙ୍କ ଅତିପ୍ରିୟ ଡାକୋଟା ବିମାନ, ରାସ୍ତା ସାରା କରାଗଲା ଭବ୍ୟ ସ୍ୱାଗତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ପହଞ୍ଚିଲା କଳିଙ୍ଗ ପୁତ୍ର ବିଜୁ ବାବୁଙ୍କ ଅତିପ୍ରିୟ ଡାକୋଟା ବିମାନ। କୋଲକାତାରୁ ବାହାରିଥିବା ଡାକୋଟା ବିମାନ ଓଡ଼ିଶା ସୀମା ବାଲେଶ୍ବର ଜିଲ୍ଲାରେ ପ୍ରବେଶ କରିଛି। ସୁଭାଷ ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜାତୀୟ ରାଜପଥ ଦେଇ ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ୩ଟି କଣ୍ଟେନରରେ ଭୁବନେଶ୍ୱର ଆସୁଛି |

ଝଡ଼ର ଇଗଲ, ଭୂମି ପୁତ୍ର, ପ୍ରବାଦ ପୁରୁଷ, ସ୍ୱାଧୀନତା ସଂଗ୍ରାମୀ, ଦୁଃଶାସିକ ପାଇଲଟ, ଦିବଂଗତ ଆଦର୍ଶ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଭାରତର ଗର୍ବ ଗୌରବ। ଓଡ଼ିଆ ମାଆର ଲଢୁଆ ପୁଅ ଭାବେ ଭାରତ ର ସ୍ୱାଧୀନତା ଆନ୍ଦୋଳନ ରେ ଜଣେ ଦୁଃଶାସିକ ପାଇଲଟ ମ୍ୟାନ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବେ ସବୁଠି ଚିର ନମସ୍ୟ।ଜଣେ ଲଢୁଆ ଓଡ଼ିଆ ପୁଅ ଭାବେ ଭାରତ, ଇଣ୍ଡୋନେସିଆ ଏବଂ ରୁଷିଆ ଦେଶରେ ଓଡ଼ିଆ ଜାତି ଏବଂ ଓଡିଶା ମାଟି କୁ ଶ୍ରୀମୟ କରି ସର୍ବଶିଖରରେ ପହଞ୍ଛାଇ ନୂତନ ଇତିହାସ ସୃଷ୍ଟି କରିଥିଲେ।ତାଙ୍କର ଜୀବନ ଯୁଦ୍ଧ ରେ ସାଥି ପ୍ରସିଦ୍ଧ ଡାକୋଟା ବିମାନ ହେଉଛି ଆଵିସ୍ମରଣୀୟ ସ୍ମୁତି. ଏହି ବିମାନ ଓଡ଼ିଆ ଜାତି, ମାଟି,ପାଣି, ପବନ ସବୁଠି ଚିର ବନ୍ଦନୀୟ.ଓଡିଶା ର ସାଡେ ଚାରି କୋଟି ଲୋକଙ୍କ ହୃଦୟ ର ନେତା ତଥା ବିଜୁ ବାବୁଙ୍କ ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଦୀର୍ଘ ୭୫ ବର୍ଷ ପରେ କଲିକତାରୁ ଏହି ବିମାନକୁ ଓଡିଶାର ଭୁବନେଶ୍ୱରକୁ ଜାତୀୟ ରାଜପଥରେ ଅଣାଯାଉଥୁବାବେଳେ ସିମୁଳିଆ ଅଞ୍ଚଳର ୧୬ନଂ ଜାତୀୟ ରାଜପଥ ରେ ଡାକୋଟା ବିମାନ ସହିତ ଟିମ ମୁଖ୍ୟ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇ ସଫଳଯାତ୍ରା କାମନା କରିଥିଲେ।

Leave A Reply

Your email address will not be published.