ଟି ସେତୁରେ ଆହତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା କେବଳ ଘୋଷଣା ରେ ଅଟକିଲା, ଏ ପର୍ଯ୍ୟନ୍ତ ମିଳିଲାନି ସହାୟତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ବଡମ୍ବା ଗୋପୀନାଥପୁର ଟି ସେତୁ ରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ରେ 20 ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ମେଡିକାଲ ରେ ଚିକିତ୍ସିତ ହେଇଥିବା ସମସ୍ତ ବ୍ୟକ୍ତି ଙ୍କୁ ମାଗଣା ଚିକିତ୍ସା କରାଯିବା ସହ କିଛି ଆର୍ଥିକ ସାହାଯ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ନିଜ ହାତ ରୁ ଟଙ୍କା ଖର୍ଚ୍ଚ କରି ଔଷଧ କିଣି ଥିବା କଥା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ବଡମ୍ବା ଗୋପପୁର ପଂଚାୟତ ର ପଦ୍ମନାଭପୁର ଗାଁର ବିମଳା ଦାସ ଓ ତାଙ୍କର ପୁଅ ଜିତେନ୍ଦ୍ର ଦାସ।

ହେଲେ ଏ ପର୍ଯ୍ୟନ୍ତ ଆହତ କୌଣସି ସରକାରୀ ସହାୟତା ପାଇ ନଥିବା ବେଳେ, ତାଙ୍କର ଗୋଟିଏ ପୁଅ ଜିତେନ୍ଦ୍ର ଭଟ୍ଟାରିକା ଛକରେ ଜଳଖିଆ ଦୋକାନ କରି ଅଳ୍ପ ପଇସା ରୋଜଗାର ରେ ସମସ୍ତ ଖର୍ଚ୍ଚ ବହନ କରିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି। ତେବେ ସିଂହନାଥ ପୀଠ ରେ ହୋଇଥିବା ଏତେ ବଡ଼ ଦୁର୍ଘଟଣା ରାଜ୍ୟ ରେ ସବୁଠାରୁ ବଡ଼ ଘଟଣା ହୋଇଥିବା ବେଳେ ଆହତ ମାନଙ୍କ ଚିକିତ୍ସା ପାଇଁ ସରକାର କେତେ ଯତ୍ନଶୀଳ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି। ବୋଲି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ବିଧାୟକ ପାର୍ଥି ବିଜୟ ଦଳବେହେରା।।

Leave A Reply

Your email address will not be published.