ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ସିଡିପିଓ। ଲାଞ୍ଚ ନେବା ବେଳେ କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ସିଡିପିଓ ଶକୁନ୍ତଳା ଦାସ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ତେବେ ସେ ଜଣେ ଅଙ୍ଗନଓ୍ବାଡ଼ି ସହାୟକାଙ୍କଠାରୁ ବକେୟା ଦରମା କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଚଢ଼ାଉ କରି ଭିଜିଲାନ୍ସ ତାଙ୍କୁ ଧରିଥିବା ସୂଚନା ମିଳିଛି।