ପାରିବାରିକ କଳହରୁ କରୁଣ ପରିସ୍ଥିତି, ଗଛରୁ ସ୍ୱାମୀ ,ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ୍: କେନ୍ଦୁଝର ଜିଲ୍ଲା ସଦର ଥାନା ଯୋଗୀମଠ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ସ୍ୱାମୀ-ସ୍ତ୍ରୀ ନେଲେ ଚରମ ନିଷ୍ପତ୍ତି । ଗଛରେ ଝୁଲିପଡି ନିଜ ଜୀବନ ହାରିଲେ ଦମ୍ପତ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା ।

ଦେଖୁ ଦେଖୁ ବିବାଦ ବଢିବାରେ ଲାଗିଥିଲା । ଯେଉଁଥିରେ ରାଗି ଯାଇ ଉଭୟ ଉଭୟଙ୍କ ମୋବାଇଲକୁ ତଳେ ପିଟି ଭାଙ୍ଗି ଦେଇଥିଲେ । ଏହାପରେ ରବିବାର ସକାଳୁ ଘର ଠାରୁକିଛି ଦୂରରେ ଥିବା ଆକାଶିଆ ଜଙ୍ଗଲରେ ଏକ ଗଛରେ ଉଭୟଙ୍କର ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.